ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
ମହାରାଷ୍ଟ୍ରରେ ଜେଏନ୍ପିଏ ବନ୍ଦର (ପଗୋଟେ)ରୁ ଚୌକ (29.219 କି.ମି.) ପର୍ଯ୍ୟନ୍ତ ବିଓଟି (ଟୋଲ) ମୋଡରେ 6-ଲେନ୍ ଏକସେସ୍ ନିୟନ୍ତ୍ରିତ ଗ୍ରୀନଫିଲ୍ଡ୍ ରାଜପଥ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ
Posted On:
19 MAR 2025 4:12PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂପର୍କିତ କ୍ୟାବିନେଟ୍ କମିଟି ମହାରାଷ୍ଟ୍ରରେ ଜେଏନପିଏ ବନ୍ଦର (ପଗୋଟେ)ରୁ ଚୌକ (୨୯.୨୧୯ କି.ମି.) ପର୍ଯ୍ୟନ୍ତ ୬ ଲେନ ବିଶିଷ୍ଟ ବୃହତ ଏକ୍ସେସ୍ କଣ୍ଟ୍ରୋଲଡ୍ ହାଇସ୍ପିଡ୍ ଜାତୀୟ ରାଜପଥ ନିର୍ମାଣକୁ ମଞ୍ଜୁରି ଦେଇଛି। ଏହି ପ୍ରକଳ୍ପଟି ୪୫୦୦.୬୨ କୋଟି ଟଙ୍କାର ପୁଞ୍ଜିନିବେଶରେ ବିଲ୍ଡ୍, ଓପରେଟ୍ ଏବଂ ଟ୍ରାନ୍ସଫର (ବିଓଟି) ମୋଡରେ ସମ୍ପନ୍ନ କରାଯିବ।
ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ନୀତି ଅଧୀନସ୍ଥ ସମନ୍ୱିତ ଭିତ୍ତିଭୂମି ଯୋଜନାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଫୋକସ୍ କ୍ଷେତ୍ର ହେଉଛି ଭାରତର ପ୍ରମୁଖ ଏବଂ କ୍ଷୁଦ୍ର ବନ୍ଦରକୁ ସଂଯୋଗ ହୋଇଥିବା ସଡ଼କ ଭିତ୍ତିଭୂମିର ବିକାଶ । ଜେଏନପିଏ ବନ୍ଦରରେ କଣ୍ଟେନର ପରିମାଣ ବୃଦ୍ଧି ଏବଂ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ବିକାଶ ସହିତ, ଏହି ଅଞ୍ଚଳରେ ଜାତୀୟ ରାଜପଥ ସଂଯୋଗ ବୃଦ୍ଧିର ଆବଶ୍ୟକତା ଥିବା ଚିହ୍ନଟ କରାଯାଇଥିଲା ।
ବର୍ତ୍ତମାନ ମହାରାଷ୍ଟ୍ରର ପାଲାସ୍ପେ ଫାଟା, ଡି-ପଏଣ୍ଟ, କଲାମବୋଲି ଜଙ୍କସନ ଏବଂ ପାନଭେଲ ଭଳି ସହରାଞ୍ଚଳରେ ପ୍ରବଳ ଭିଡ଼ ଯୋଗୁଁ ଜେଏନପିଏ ବନ୍ଦରରୁ ଜାତୀୟ ରାଜପଥ-୪୮ର ସୁବର୍ଣ୍ଣ ଚତୁର୍ଭୁଜ (ଜିକ୍ୟୁ) ସେକ୍ସନ ଏବଂ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେକୁ ଯାନବାହନ ଯିବାକୁ ୨-୩ ଘଣ୍ଟା ସମୟ ଲାଗିଥାଏ, ଯେଉଁଠାରେ ଦୈନିକ ପ୍ରାୟ ୧.୮ ଲକ୍ଷ ପିସିୟୁ ଟ୍ରାଫିକ ରହିଥାଏ । ୨୦୨୫ରେ ନଭି ମୁମ୍ବାଇ ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ପରେ ସିଧାସଳଖ ଯୋଗାଯୋଗର ଆବଶ୍ୟକତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ତଦନୁଯାୟୀ, ଏହି ସଂଯୋଗ ଆବଶ୍ୟକତାକୁ ପୂରଣ କରିବା ଏବଂ ଜେଏନପିଏ ବନ୍ଦର ଏବଂ ନବୀ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସଂଯୋଗ କରୁଥିବା ସଡ଼କର ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଏହି ପ୍ରକଳ୍ପ ଡିଜାଇନ୍ କରାଯାଇଛି।
ଏହି ପ୍ରକଳ୍ପ ଜେଏନପିଏ ବନ୍ଦର (ଏନ୍ଏଚ୍ ୩୪୮) (ପାଗୋଟେ ଗ୍ରାମ)ରୁ ଆରମ୍ଭ ହୋଇ ମୁମ୍ବାଇ-ପୁଣେ ରାଜପଥ (ଏନ୍ଏଚ୍-୪୮)ରେ ଶେଷ ହୋଇଥିବା ବେଳେ ମୁମ୍ବାଇ ପୁଣେ ଏକ୍ସପ୍ରେସୱେ ଏବଂ ମୁମ୍ବାଇ ଗୋଆ ଜାତୀୟ ରାଜପଥ (ଏନ୍ଏଚ୍-୬୬)କୁ ମଧ୍ୟ ସଂଯୋଗ କରୁଛି।
ବାଣିଜ୍ୟିକ ଯାନବାହନ ଚଳାଚଳକୁ ସୁଗମ କରିବା ପାଇଁ ପାହାଡିଆ ଅଞ୍ଚଳରେ ଘାଟି ରାସ୍ତା ପରିବର୍ତ୍ତେ ସହୟାଦ୍ରି ଦେଇ ଯାଉଥିବା ରାସ୍ତାରେ ଦୁଇଟି ସୁଡ଼ଙ୍ଗ ନିର୍ମାଣ ଯୋଜନା କରାଯାଇଛି ।
ନୂଆ ୬ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ପ୍ରକଳ୍ପ କରିଡର ଦ୍ୱାରା ବନ୍ଦର ସଂଯୋଗ ଉନ୍ନତ ହେବ ଏବଂ ସୁରକ୍ଷିତ ଏବଂ ଦକ୍ଷ ମାଲ ପରିବହନରେ ସହାୟକ ହେବ । ଏହି ପ୍ରକଳ୍ପ ମୁମ୍ବାଇ ଏବଂ ପୁଣେର ଆଖପାଖ ବିକାଶଶୀଳ ଅଞ୍ଚଳରେ ବିକାଶ, ପ୍ରଗତି ଏବଂ ସମୃଦ୍ଧି ପାଇଁ ନୂତନ ମାର୍ଗ ଖୋଲିବ ।
******
TKM
(Release ID: 2113059)
Visitor Counter : 22
Read this release in:
English
,
Urdu
,
Hindi
,
Marathi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam