ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲେକ୍ସ ଫ୍ରିଡ୍ମ୍ୟାନଙ୍କ ସହ ଏକ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଆଲୋଚନାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
Posted On:
15 MAR 2025 7:01PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ପ୍ରତି ପ୍ରସିଦ୍ଧ ପଡ୍କାଷ୍ଟର୍ ଏବଂ ଏଆଇ ଗବେଷକ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଏକ ଆକର୍ଷଣୀୟ ଏବଂ ବିଚାରୋତ୍ତେଜକ ଆଲୋଚନା କରିଥିଲେ । ତିନି ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଲ୍ୟକାଳ, ହିମାଳୟରେ ବିତାଇଥିବା ତାଙ୍କର ପ୍ରାରମ୍ଭିକ ବର୍ଷ ଏବଂ ସାର୍ବଜନୀନ ଜୀବନରେ ତାଙ୍କର ଯାତ୍ରା ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ପ୍ରସିଦ୍ଧ ଏଆଇ ଗବେଷକ ଏବଂ ପଡ୍କାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ସହିତ ଏହି ବହୁପ୍ରତିକ୍ଷୀତ ତିନି ଘଣ୍ଟାର ପଡ୍କାଷ୍ଟ ଆସନ୍ତା କାଲି, ୧୬ ମାର୍ଚ୍ଚ ୨୦୨୫ରେ ରିଲିଜ ହେବ । ଲେକ୍ସ ଫ୍ରିଡ୍ମ୍ୟାନ ଏହି ଆଲୋଚନାକୁ ତାଙ୍କ ଜୀବନର “ସର୍ବାଧିକ ଶକ୍ତିଶାଳୀ ବାର୍ତ୍ତାଳାପ ମଧ୍ୟରୁ ଅନ୍ୟତମ” ବୋଲି ବର୍ଣ୍ଣନା କରିଛନ୍ତି ।
ଆଗାମୀ ପଡ୍କାଷ୍ଟ ବିଷୟରେ ଲେକ୍ସ ଫ୍ରିଡ୍ମ୍ୟାନ୍ଙ୍କ ଏକ୍ସ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି :
“ଏହା ପ୍ରକୃତରେ ଲେକ ଫ୍ରିଡ୍ମ୍ୟାନ୍ଙ୍କ ସହ ଏକ ଆକର୍ଷଣୀୟ ଆଲୋଚନା ଥିଲା, ଯେଉଁଥିରେ ମୋର ବାଲ୍ୟକାଳ, ହିମାଳୟରେ ବିତାଇଥିବା ବର୍ଷ ଏବଂ ସାର୍ବଜନୀନ ଜୀବନ ଯାତ୍ରାକୁ ମନେ ପକାଇବା ସମେତ ବିଭିନ୍ନ ବିଷୟ ଉପରେ ଚର୍ଚ୍ଚା ହୋଇଥିଲା ।
ଏହି ଆଲୋଚନାରେ ସାମିଲ ହୁଅନ୍ତୁ ଏବଂ ଏହାର ଏକ ଅଂଶ ହୁଅନ୍ତୁ!”
SR
(Release ID: 2111695)
Visitor Counter : 6
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam