@font-face { font-family: 'Poppins'; src: url('/fonts/Poppins-Regular.ttf') format('truetype'); font-weight: 400; font-style: normal; } body { font-family: 'Poppins', sans-serif; } .hero { background: linear-gradient(to right, #003973, #e5e5be); color: white; padding: 60px 30px; text-align: center; } .hero h1 { font-size: 2.5rem; font-weight: 700; } .hero h4 { font-weight: 300; } .article-box { background: white; border-radius: 10px; box-shadow: 0 8px 20px rgba(0,0,0,0.1); padding: 40px 30px; margin-top: -40px; position: relative; z-index: 1; } .meta-info { font-size: 1em; color: #6c757d; text-align: center; } .alert-warning { font-weight: bold; font-size: 1.05rem; } .section-footer { margin-top: 40px; padding: 20px 0; font-size: 0.95rem; color: #555; border-top: 1px solid #ddd; } .global-footer { background: #343a40; color: white; padding: 40px 20px 20px; margin-top: 60px; } .social-icons i { font-size: 1.4rem; margin: 0 10px; color: #ccc; } .social-icons a:hover i { color: #fff; } .languages { font-size: 0.9rem; color: #aaa; } footer { background-image: linear-gradient(to right, #7922a7, #3b2d6d, #7922a7, #b12968, #a42776); } body { background: #f5f8fa; } .innner-page-main-about-us-content-right-part { background:#ffffff; border:none; width: 100% !important; float: left; border-radius:10px; box-shadow: 0 8px 20px rgba(0,0,0,0.1); padding: 0px 30px 40px 30px; margin-top: 3px; } .event-heading-background { background: linear-gradient(to right, #7922a7, #3b2d6d, #7922a7, #b12968, #a42776); color: white; padding: 20px 0; margin: 0px -30px 20px; padding: 10px 20px; } .viewsreleaseEvent { background-color: #fff3cd; padding: 20px 10px; box-shadow: 0 .5rem 1rem rgba(0, 0, 0, .15) !important; } } @media print { .hero { padding-top: 20px !important; padding-bottom: 20px !important; } .article-box { padding-top: 20px !important; } }
WAVES BANNER 2025
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ୱେଭ୍ସ 2025 ଶିଖର ସମ୍ମିଳନୀ ଆୟୋଜନ କରିବ ମୁମ୍ବାଇ


ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବଙ୍କ ସହ-ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

ୱେଭସ୍ 2025 ଶିଖର ସମ୍ମିଳନୀର ସଫଳତା ପାଇଁ ମହାରାଷ୍ଟ୍ର ସରକାରଙ୍କ ତରଫରୁ ପୂର୍ଣ୍ଣ ସମର୍ଥନ ପାଇଁ ପ୍ରତିଶ୍ରୁତି ଦେଲେ ମୁଖ୍ୟ ଶାସନ ସଚିବ ସୁଜାତା ସୌନିକ

ୱେଭ୍ସ ଶିଖର ସମ୍ମିଳନୀ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ପାଇଁ ଏକ ବୈଶ୍ୱିକ ମଞ୍ଚ : ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ

 Posted On: 07 MAR 2025 5:05PM |   Location: PIB Bhubaneshwar

 

ଭାରତକୁ ବିଶ୍ୱ ସୃଜନଶୀଳ ଅର୍ଥବ୍ୟବସ୍ଥାର କେନ୍ଦ୍ରରେ ରଖିବା ଲାଗି ଆୟୋଜିତ ହେବାକୁ ଯାଉଥିବା ୱେଭ୍ସ ଶିଖର ସମ୍ମିଳନୀ 2025 ପାଇଁ ମୁମ୍ବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ୱେଭ୍ସ 2025ର ସଫଳ ଆୟୋଜନ ଲାଗି ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନଙ୍କୁ ନେଇ ଆଜି ଅର୍ଥାତ୍‌ 7 ମାର୍ଚ୍ଚ 2025ରେ ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବଙ୍କ ସହ-ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଶ୍ୱିକ ଶିଖର ସମ୍ମିଳନୀ ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିବାକୁ ମହାରାଷ୍ଟ୍ର ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁଶ୍ରୀ ସୁଜାତା ସୌନିକ ନିର୍ଦ୍ଦେଶ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସମ୍ମିଳନୀର ସଫଳତା ପାଇଁ ପ୍ରଶାସନର ପ୍ରତ୍ୟେକ ବିଭାଗ ନିରବଚ୍ଛିନ୍ନ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ।

ଏହି ଅବସରରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ କହିଛନ୍ତି, ‘‘ୱେଭ୍ସ୍ ଶିଖର ସମ୍ମିଳନୀ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ର ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ। ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରକୁ ଏହାର ବିଶ୍ୱସ୍ତରୀୟ ଗଣମାଧ୍ୟମ ପ୍ରତିପକ୍ଷଙ୍କ ସହ ଯୋଡ଼ିବା।’’

ଏହି ବୈଠକରେ ଏକ ମିଳିତ ସମନ୍ୱୟ କମିଟି ଗଠନ କରିବା ଏବଂ ଲଜିଷ୍ଟିକ୍ସ ଓ ବାହ୍ୟ ପ୍ରଚାର ବ୍ୟବସ୍ଥା କରିବା ଭଳି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏଥିସହିତ ଏକ ବ୍ୟାପକ ପ୍ରଚାରପ୍ରସାର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଥିଲା, ଯେଉଁଥିରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନେତୃତ୍ୱରେ ବିଶ୍ୱସ୍ତରୀୟ ନେତା, ବିଶିଷ୍ଟ ବ୍ୟକ୍ତି ଏବଂ ଶିଳ୍ପ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ସମସ୍ତ ପ୍ରତିନିଧିଙ୍କ ପାଇଁ ସୁରକ୍ଷା, ଜରୁରୀକାଳୀନ ସେବା ଏବଂ ନିରବଚ୍ଛିନ୍ନ ସଂଯୋଗ ସୁନିଶ୍ଚିତ କରିବା ଉପରେ ଅଧିକାରୀମାନେ ସ୍ୱତନ୍ତ୍ର ଧ୍ୟାନ ଦେଇଥିଲେ। ଜଣେ ଉତ୍ସର୍ଗୀକୃତ ବରିଷ୍ଠ ନୋଡାଲ ଅଧିକାରୀ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସମନ୍ୱୟ ପ୍ରୟାସର ତଦାରଖ କରିବେ।

ଲଜିଷ୍ଟିକ୍ସ, ଆତିଥ୍ୟ, ସାଂସ୍କୃତିକ କାର୍ଯ୍ୟକଳାପ ଓ ପ୍ରଶାସନିକ ସହାୟତା ମଧ୍ୟରେ କ୍ରମାଗତ ସମନ୍ୱୟ ପ୍ରତିଷ୍ଠା କରିବା, କାର୍ଯ୍ୟକ୍ରମ ପରିଚାଳନା ଏବଂ ବିଶ୍ୱସ୍ତରୀୟ ଅଂଶଗ୍ରହଣର ସର୍ବୋଚ୍ଚ ମାନକ ସୁନିଶ୍ଚିତ କରିବା ପାଇଁ ଏହି ବୈଠକରେ ଯୋଗ ଦେଇଥିବା ଭାରତ ସରକାର ଓ ମହାରାଷ୍ଟ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ନିଷ୍ପତ୍ତି ନେଇଥିଲେ।

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ ଧିରେନ୍ଦ୍ର ଓଝା, କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାୱେଜା, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ସଞ୍ଜୀବ ଶଙ୍କର, ଯୁଗ୍ମ ସଚିବ ଶ୍ରୀ ସି. ସେନ୍ଥିଲ ରାଜନ, ଯୁଗ୍ମ ସଚିବ ଶ୍ରୀ ଅଜୟ ନାଗଭୂଷଣଙ୍କ ସମେତ ପିଆଇବି, ଭାରତୀୟ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ, ଆକାଶବାଣୀ, ଦୂରଦର୍ଶନ ଏବଂ ୱେଭସ୍ ପରିଷଦର ନୋଡାଲ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ମହାରାଷ୍ଟ୍ର ସରକାରଙ୍କ ଅଧିକାରୀମାନଙ୍କ ମଧ୍ୟରେ ବୃହତ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନର ମ୍ୟୁନିସିପାଲ କମିଶନର, ସାଂସ୍କୃତିକ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ, ଏମଆଇଡିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଭିନ୍ନ ପ୍ରମୁଖ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।

ବୈଠକ ପରେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଓ ବରିଷ୍ଠ ଅଧିକାରୀମାନେ ୱେଭସ୍ 2025 ପାଇଁ ପ୍ରସ୍ତୁତିର ଆକଳନ କରିବା ଲାଗି ଲଜିଷ୍ଟିକ ବ୍ୟବସ୍ଥାର ଏକ ବିସ୍ତୃତ ସମୀକ୍ଷା କରିଥିଲେ।

ସୃଜନଶୀଳ ଅର୍ଥବ୍ୟବସ୍ଥାର ଭବିଷ୍ୟତକୁ ରୂପ ଦେବା ପାଇଁ ଶିଳ୍ପପତିମାନଙ୍କୁ ନେଇ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ଶିଖର ସମ୍ମିଳନୀ ଉପରେ ଅଧିକ ଜାଣିବା ଲାଗି ଦେଖନ୍ତୁ: https://wavesindia.org/

******

PS/Swadhin


Release ID: (Release ID: 2109275)   |   Visitor Counter: 42