ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ତାତସୁ ୟାସୁନାଗାଙ୍କ ନେତୃତ୍ୱରେ ଆସିଥିବା ଜାପାନୀ ବ୍ୟବସାୟିକ ପ୍ରତିନିଧିଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 05 MAR 2025 7:47PM by PIB Bhubaneswar

ଶ୍ରୀ ତାତସୁ ୟାସୁନାଗାଙ୍କ ନେତୃତ୍ୱରେ ଆସିଥିବା ଜାପାନୀ ବ୍ୟବସାୟିକ ପ୍ରତିନିଧିଦଳକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ସେ କହିଛନ୍ତି ଯେ,ଭାରତରେ ସେମାନଙ୍କ ସମ୍ପ୍ରସାରଣ ଯୋଜନା ଏବଂ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ଦ ୱାର୍ଲ୍ଡ’ ପାଇଁ ଦୃଢ଼ ପ୍ରତିବଦ୍ଧତା ଦେଖି ସେ ଉତ୍ସାହିତ ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଶ୍ରୀ ତାତସୁ ୟାସୁନାଗାଙ୍କ ନେତୃତ୍ୱରେ ଆସିଥିବା ଜାପାନୀ ବ୍ୟବସାୟିକ ପ୍ରତିନିଧିଦଳକୁ ଆଜି ଭେଟି ଅତ୍ୟନ୍ତ ଆନନ୍ଦିତ । ଭାରତରେ ସେମାନଙ୍କ ସମ୍ପ୍ରସାରଣ ଯୋଜନା ଏବଂ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ଦ ୱାର୍ଲ୍ଡ’ ପାଇଁ ଦୃଢ଼ ପ୍ରତିବଦ୍ଧତା ଦେଖି ମୁଁ ଉତ୍ସାହିତ । ଆମର ସ୍ୱତନ୍ତ୍ର ରଣନୀତିକ ଏବଂ ବୈଶ୍ୱିକ ସହଯୋଗୀ ଜାପାନ ସହ ଆର୍ଥିକ ସହଭାଗିତା ଆଗାମୀ ଦିନରେ ଅଧିକ ଦୃଢ଼ ହେବା ଆଶା କରେ ।”  

SR


(रिलीज़ आईडी: 2108694) आगंतुक पटल : 54
इस विज्ञप्ति को इन भाषाओं में पढ़ें: Telugu , Malayalam , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Kannada