ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମାର୍ଚ୍ଚ ୪ରେ ତିନୋଟି ବଜେଟ ପରବର୍ତ୍ତୀ ୱେବିନାରରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ୱେବିନାରର ପ୍ରସଙ୍ଗ: ଅଭିବୃଦ୍ଧିର ଇଞ୍ଜିନ ଏମଏସଏମଇ, ଉତ୍ପାଦନ, ରପ୍ତାନୀ ଏବଂ ନ୍ୟୁକ୍ଲିଅର ଏନର୍ଜି ମିସନ, ନିୟାମକ, ନିବେଶ ଏବଂ ଇଜ ଅଫ ଡୁଇଙ୍ଗ ବିଜିନେସ ସଂସ୍କାର
ପରିବର୍ତ୍ତନକାରୀ ବଜେଟ ଘୋଷଣାନାମାର ପରିଚାଳନା ନିମନ୍ତେ କାର୍ଯ୍ୟାନ୍ୱୟନ ଯୋଜନାର ବିକାଶ ସକାଶେ ୱେବିନାର ସହଯୋଗୀ ମଞ୍ଚ ଭାବେ କାର୍ଯ୍ୟ କରିବ
प्रविष्टि तिथि:
03 MAR 2025 9:43PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୪ ତାରିଖ ପ୍ରାୟ ୧୨ ଟା ୩୦ରେ ଭିଡିଓ କନଫରେନ୍ସିଂ ଯୋଗେ ତିନୋଟି ବଜେଟ ପରବର୍ତ୍ତୀ ୱେବିନାରରେ ଅଂଶ ଗ୍ରହଣ କରିବେ । ଏହି ୱେବିନାର ଗୁଡ଼ିକ ଅଭିବୃଦ୍ଧିର ଇଞ୍ଜିନ ଏମଏସଏମଇ, ଉତ୍ପାଦନ, ରପ୍ତାନୀ ଏବଂ ନ୍ୟୁକ୍ଲିଅର ଏନର୍ଜି ମିସନ, ନିୟାମକ, ନିବେଶ ଏବଂ ଇଜ ଅଫ ଡୁଇଙ୍ଗ ବିଜିନେସ ସଂସ୍କାର ଆଦି ପ୍ରସଙ୍ଗରେ ଅନୁଷ୍ଠିତ ହେବ । ଏହି ଅବସରରେ ସମାବେଶକୁ ମଧ୍ୟ ଶ୍ରୀ ମୋଦୀ ସମ୍ବୋଧିତ କରିବେ ।
ଭାରତର ଉଦ୍ୟୋଗ, ବାଣିଜ୍ୟ ଏବଂ ଶକ୍ତି କ୍ଷେତ୍ରର ରଣନୀତିକ କୌଶଳ ସମ୍ପର୍କରେ ଜାଣିବାକୁ ସରକାରୀ ଅଧିକାରୀ, ଉଦ୍ୟୋଗ ନେତୃତ୍ୱ ଏବଂ ବାଣିଜ୍ୟ ବିଶେଷଜ୍ଞମାନଙ୍କ ପାଇଁ ୱେବିନାର ଏକ ସହଯୋଗୀ ମଞ୍ଚ ଭାବେ କାର୍ଯ୍ୟ କରିବ । ପରିବର୍ତ୍ତନକାରୀ ବଜେଟର ପଦକ୍ଷେପ ଗୁଡ଼ିକର ବିନାବାଧାରେ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବା ସକାଶେ ପାଇଁ ଆଲୋଚନାଗୁଡ଼ିକ ବିଶେଷ ଭାବେ ନୀତି କାର୍ଯ୍ୟକାରୀ, ନିବେଶ ସୁବିଧା, ଟେକ୍ନୋଲୋଜି ଗ୍ରହଣ କରିବା ଇତ୍ୟାଦି ପ୍ରସଙ୍ଗରେ ଅନୁଷ୍ଠିତ ହେବ । ବଜେଟ ଘୋଷଣାନାମା ଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନ ଲକ୍ଷ୍ୟରେ ୱେବିନାରରେ ଘରୋଇ କ୍ଷେତ୍ରର ବିଶେଷଜ୍ଞ, ଔଦ୍ୟୋଗିକ ପ୍ରତିନିଧି ଏବଂ ବିଷୟବସ୍ତୁ ବିଶେଷଜ୍ଞମାନେ ସାମିଲ ହେବେ ।
SR
(रिलीज़ आईडी: 2107963)
आगंतुक पटल : 52
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam