@font-face { font-family: 'Poppins'; src: url('/fonts/Poppins-Regular.ttf') format('truetype'); font-weight: 400; font-style: normal; } body { font-family: 'Poppins', sans-serif; } .hero { background: linear-gradient(to right, #003973, #e5e5be); color: white; padding: 60px 30px; text-align: center; } .hero h1 { font-size: 2.5rem; font-weight: 700; } .hero h4 { font-weight: 300; } .article-box { background: white; border-radius: 10px; box-shadow: 0 8px 20px rgba(0,0,0,0.1); padding: 40px 30px; margin-top: -40px; position: relative; z-index: 1; } .meta-info { font-size: 1em; color: #6c757d; text-align: center; } .alert-warning { font-weight: bold; font-size: 1.05rem; } .section-footer { margin-top: 40px; padding: 20px 0; font-size: 0.95rem; color: #555; border-top: 1px solid #ddd; } .global-footer { background: #343a40; color: white; padding: 40px 20px 20px; margin-top: 60px; } .social-icons i { font-size: 1.4rem; margin: 0 10px; color: #ccc; } .social-icons a:hover i { color: #fff; } .languages { font-size: 0.9rem; color: #aaa; } footer { background-image: linear-gradient(to right, #7922a7, #3b2d6d, #7922a7, #b12968, #a42776); } body { background: #f5f8fa; } .innner-page-main-about-us-content-right-part { background:#ffffff; border:none; width: 100% !important; float: left; border-radius:10px; box-shadow: 0 8px 20px rgba(0,0,0,0.1); padding: 0px 30px 40px 30px; margin-top: 3px; } .event-heading-background { background: linear-gradient(to right, #7922a7, #3b2d6d, #7922a7, #b12968, #a42776); color: white; padding: 20px 0; margin: 0px -30px 20px; padding: 10px 20px; } .viewsreleaseEvent { background-color: #fff3cd; padding: 20px 10px; box-shadow: 0 .5rem 1rem rgba(0, 0, 0, .15) !important; } } @media print { .hero { padding-top: 20px !important; padding-bottom: 20px !important; } .article-box { padding-top: 20px !important; } }
WAVES BANNER 2025
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଗୋଷ୍ଠୀ ରେଡିଓ କଣ୍ଟେଣ୍ଟ ପ୍ରତିଯୋଗିତା : ସ୍ଥାନୀୟ ପ୍ରଭାବକୁ ବଢ଼ାଇବାକୁ ପ୍ରୟାସ

 Posted On: 27 FEB 2025 4:34PM |   Location: PIB Bhubaneshwar

ବିଶ୍ୱ ଅଡିଓ ଭିଜୁଆଲ ଓ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ)ର କ୍ରିଏଟ୍‌ ଇଣ୍ଡିଆ ଚାଲେଞ୍ଜ ଅଧୀନରେ ଗୋଷ୍ଠୀ ରେଡିଓ କଣ୍ଟେଣ୍ଟ ବା ପ୍ରସାରଣ ବିଷୟବସ୍ତୁ ପ୍ରତିଯୋଗିତା ଆୟୋଜନ କରାଯାଉଛି । ପ୍ରତିଯୋଗିତା ପାଇଁ ପଞ୍ଜିକରଣର ଶେଷ ତାରିଖ ଫେବୃଆରୀ ୨୮ ତାରିଖ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଥିରେ ୨୪୬ ଜଣ ଅଂଶଗ୍ରହଣକାରୀ ଆବେଦନ କରିସାରିଛନ୍ତି। ଏମାନଙ୍କ ମଧ୍ୟରେ ୧୪ ଜଣ ଅନ୍ତର୍ଜାତୀୟ ଆବେଦନକାରୀ ରହିଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଗୋଷ୍ଠୀ ରେଡିଓ ସଂଘ(ସିଆରଏ) ସହଭାଗିତାରେ ଗୋଷ୍ଠୀ ରେଡିଓ ପ୍ରତିଯୋଗିତା ଆୟୋଜନ କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ଗୋଷ୍ଠୀ ରେଡିଓ ଷ୍ଟେସନରୁ ସୃଜନଶୀଳ, ପ୍ରଭାବଶାଳୀ ଏବଂ ଅଭିନବ ବିଷୟବସ୍ତୁ ଉପରେ ଆଲୋକପାତ କରିବା, ସ୍ଥାନୀୟ ଲୋକଙ୍କ ସ୍ୱରକୁ ସଶକ୍ତ କରିବାରେ ଏବଂ ଅଞ୍ଚଳ-ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ କରିବାରେ ସେମାନଙ୍କର ଭୂମିକା ଉପରେ ଗୁରୁତ୍ୱ ଦେବା।

ଓ୍ୱେଭ୍ସ ସମ୍ମିଳନୀ ଆସନ୍ତା ମଇ ରୁ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟର ଏବଂ ଜିଓ ୱାର୍ଲ୍ଡ ଗାର୍ଡେନରେ ଅନୁଷ୍ଠିତ ହେବ। ଚାରୋଟି ପ୍ରମୁଖ ସ୍ତମ୍ଭ-ପ୍ରସାରଣ ଇନଫୋଟେନମେଣ୍ଟ, ଏଭିଜିସି-ଏକ୍ସଆର, ଡିଜିଟାଲ ମିଡିଆ ନବସୃଜନ, ଏବଂ ଫିଲ୍ମ-ୱେବ୍ସ ଉପରେ ଧ୍ୟାନ କେନ୍ଦ୍ରିତ କରି ଭାରତର ମନୋରଞ୍ଜନ ଶିଳ୍ପର ଭବିଷ୍ୟତକୁ ପ୍ରଦର୍ଶିତ କରିବା ପାଇଁ ନେତା, ନିର୍ମାତା ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନଙ୍କୁ ଏକାଠି କରିବେ। ଗୋଷ୍ଠୀ ରେଡିଓ କଣ୍ଟେଣ୍ଟ ପ୍ରତିଯୋଗିତା ପ୍ରସାରଣ ଇନଫୋଟେନମେଣ୍ଟ ସ୍ତମ୍ଭ ଅଧୀନରେ, ସୂଚିତ, ନିୟୋଜିତ ଏବଂ ପରସ୍ପର ମଧ୍ୟରେ ଯୋଡ଼ି ହୋଇ ରହିଥିବା ସମ୍ପ୍ରଦାୟକୁ ପ୍ରୋତ୍ସାହିତ କରିବାରେ ଗୋଷ୍ଠୀ ରେଡିଓର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଦେବ ।

ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଜନ ସ୍ୱାସ୍ଥ୍ୟ ଓ ସୁରକ୍ଷା, ଶିକ୍ଷା ଓ ସାକ୍ଷରତା, ମହିଳା ଏବଂ ଶିଶୁ ବିକାଶ/ସାମାଜିକ ନ୍ୟାୟ ଓ ବିତର୍କ, କୃଷି ଓ ଗ୍ରାମୀଣ ବିକାଶ, ସାଂସ୍କୃତିକ ସଂରକ୍ଷଣ ବିଷୟବସ୍ତୁ ଉପରେ ପ୍ରସାରିତ କାର୍ଯ୍ୟକ୍ରମ ସହ ଆବେଦନ କରିପାରିବେ। ଏଭଳି କାର୍ଯ୍ୟକ୍ରମ ଜୁନ୍‌ ପହିଲା ୨୦୨୩ରୁ ଜୁନ୍‌ ୩୧ ୨୦୨୪ ମଧ୍ୟରେ ପ୍ରସାରଣ ହୋଇଥିବା ଆବଶ୍ୟକ। ଆବେଦନ ସହିତ ୨୫୦ ଶବ୍ଦ ବିଶିଷ୍ଟ ସଂକ୍ଷିପ୍ତ ସାରାଂଶ ହିନ୍ଦୀ କିମ୍ବା ଇଂରାଜୀରେ ପଠାଇବା ଆବଶ୍ୟକ।

ପାରଦର୍ଶୀ ପ୍ରକ୍ରିୟାରେ ଗଣମାଧ୍ୟମ ବ୍ୟକ୍ତିବିଶେଷ ଏବଂ ଭାରତୀୟ ଗୋଷ୍ଠୀ ରେଡିଓ ସଂଘର ପ୍ରତିନିଧିଙ୍କ ଦ୍ୱାରା ଦୁଇ ସ୍ତରୀୟ ମୂଲ୍ୟାଙ୍କନ ପ୍ରକ୍ରିୟାରେ ସଫଳ ପ୍ରତିଯୋଗୀଙ୍କୁ ଚୟନ କରାଯିବ। ବିଜେତାମାନଙ୍କର ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ଫାଇନାଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ସୁଯୋଗ ମିଳିବ।

*******

P.S.


Release ID: (Release ID: 2106787)   |   Visitor Counter: 25