ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦିଲ୍ଲୀରେ ଅନୁଭୂତ ହୋଇଥିବା ଭୂକମ୍ପନ ପରେ ସମସ୍ତଙ୍କୁ ଶାନ୍ତ ରହିବା ସହ ସୁରକ୍ଷା ସାବଧାନତା ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ପୋଷ୍ଟ କରାଯିବା ଦିନାଙ୍କ: 17 FEB 2025 8:08AM by PIB Bhubaneshwar
ଦିଲ୍ଲୀରେ ଅନୁଭୂତ ହୋଇଥିବା ଭୂକମ୍ପନ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶାନ୍ତ ରହିବା ସହ ସୁରକ୍ଷା ସାବଧାନତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଅଧିକାରୀମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି : “ଦିଲ୍ଲୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଭୂକମ୍ପନ ଅନୁଭୂତ ହୋଇଥିଲା । ଏପରି ସ୍ଥିତିରେ ସମସ୍ତଙ୍କୁ ଶାନ୍ତ ରହିବା ସହ ସୁରକ୍ଷା ସାବଧାନତା ଅବଲମ୍ବନ କରିବାକୁ ଏବଂ ସମ୍ଭାବ୍ୟ କମ୍ପନ ପାଇଁ ସତର୍କ ରହିବାକୁ ଅନୁରୋଧ । ଅଧିକାରୀମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।” SR

(ରିଲିଜ ଆଡି: 2104027) ପରିଦର୍ଶକ କାଉଣ୍ଟର : 56