ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୂଆଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଘଟଣାରେ ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ପୋଷ୍ଟ କରାଯିବା ଦିନାଙ୍କ: 16 FEB 2025 7:18AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ରେଳ ଷ୍ଟେସନ ଦଳଚକଟା ଘଟଣାରେ ଜୀବନହାନି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି :

“ନୂଆଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଘଟଣାରେ ମର୍ମାହତ । ପ୍ରିୟଜନଙ୍କୁ ହରାଇଥିବା ପରିବାରସଦସ୍ୟଙ୍କ ପ୍ରତି ମୋର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଛି । ଦଳାଚକଟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ କର୍ତ୍ତୃପକ୍ଷ ସହାୟତା କରୁଛନ୍ତି ।”

SR


(ରିଲିଜ ଆଡି: 2103843) ପରିଦର୍ଶକ କାଉଣ୍ଟର : 94