ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ମାର୍ସିଲେରେ ଭାରତର କନସୁଲେଟ୍ ଜେନେରାଲକୁ ମିଳିତ ଭାବରେ ଉଦଘାଟନ କରିଛନ୍ତି
Posted On:
12 FEB 2025 4:58PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ଗଣରାଜ୍ୟର ରାଷ୍ଟ୍ରପତି, ମହାମହିମ ଇମାନୁଏଲ ମାକ୍ରନ ଆଜି ମାର୍ସିଲେରେ ନୂତନ ଭାବରେ ଖୋଲାଯାଇଥିବା ଭାରତର କନସୁଲେଟ୍ ଜେନେରାଲକୁ ମିଳିତ ଭାବରେ ଉଦଘାଟନ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ମାକ୍ରନଙ୍କ ଦ୍ୱାରା କନସୁଲେଟ୍ ଜେନେରାଲର ଉଦଘାଟନ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଐତିହାସିକ ଘଟଣା। ଉଦଘାଟନ ଉତ୍ସବରେ ରାଷ୍ଟ୍ରପତି ମାକ୍ରନଙ୍କ ଉପସ୍ଥିତି ଏକ ସ୍ୱତନ୍ତ୍ର ସମ୍ମାନ ଥିଲା ଏବଂ ପ୍ରଧାନମନ୍ତ୍ରୀ ଏହାକୁ ଗଭୀର ଭାବରେ ପ୍ରଶଂସା କରିଥିଲେ। କନସୁଲେଟ୍ ଠାରେ, ଐତିହାସିକ ଅବସରକୁ ଦେଖିବା ପାଇଁ ସମବେତ ହୋଇଥିବା ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଉଭୟ ନେତାଙ୍କୁ ସ୍ୱାଗତ କରାଯାଇଥିଲା।
ପ୍ରଧାନମନ୍ତ୍ରୀଙ୍କ ଜୁଲାଇ 2023 ରେ ଫ୍ରାନ୍ସ ଗସ୍ତ ସମୟରେ ମାର୍ସିଲେରେ ଏକ କନସୁଲେଟ୍ ଜେନେରାଲ୍ ଖୋଲିବାର ନିଷ୍ପତ୍ତି ଘୋଷଣା କରାଯାଇଥିଲା। କନସୁଲେଟ୍ ଜେନେରାଲ୍ ଦକ୍ଷିଣ ଫ୍ରାନ୍ସରେ ଥିବା ଚାରୋଟି ଫରାସୀ ପ୍ରଶାସନିକ ଅଞ୍ଚଳ, ଯଥା - ପ୍ରୋଭେନ୍ସ ଆଲପେସ୍ କୋଟ ଡି'ଆଜୁର୍, କୋରସିକା, ଅକ୍ସିଟାନି ଏବଂ ଆଉଭର୍ନେ-ରୋନ୍-ଆଲପେସ୍ ଉପରେ କନସୁଲେଟ୍ ଜେନେରାଲ୍ କନସୁଲାର କ୍ଷେତ୍ରାଧିକାର ପାଇବେ।
ଫ୍ରାନ୍ସର ଏହି ଅଞ୍ଚଳ ବାଣିଜ୍ୟ, ଶିଳ୍ପ, ଶକ୍ତି ଏବଂ ବିଳାସପୂର୍ଣ୍ଣ ପର୍ଯ୍ୟଟନର କ୍ଷେତ୍ର ଏବଂ ଭାରତ ସହିତ ଏହାର ଗୁରୁତ୍ୱପୂର୍ଣ୍ଣ ଆର୍ଥିକ, ସାଂସ୍କୃତିକ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ରହିଛି। ଫ୍ରାନ୍ସର ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ନୂତନ କନସୁଲେଟ୍ ଜେନେରାଲ୍ ଭାରତ-ଫ୍ରାନ୍ସ ବହୁମୁଖୀ ରଣନୈତିକ ସହଭାଗୀତାକୁ ଆହୁରି ସୁଦୃଢ଼ କରିବ।
BS
(Release ID: 2102465)
Visitor Counter : 50
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam