ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ମାଜାରଗ୍ୟୁସ୍ ଯୁଦ୍ଧ ସମାଧିସ୍ଥଳ ପରିଦର୍ଶନ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 12 FEB 2025 4:57PM by PIB Bhubaneswar

 

12.01.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ସକାଳେ ମାର୍ସିଲିର ମାଜାରଗ୍ୟୁସ୍ ଯୁଦ୍ଧ ସମାଧି ସ୍ଥଳ ପରିଦର୍ଶନ କରିଥିଲେ ଓ ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉଭୟ ନେତା ମୃତକଙ୍କ ବଳିଦାନକୁ ସମ୍ମାନ ଜଣାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ମାଜାରଗ୍ୟୁସ୍ ଯୁଦ୍ଧ କବରସ୍ଥାନ ୟୁରୋପରେ ଶାନ୍ତି ପାଇଁ ଲଢ଼ିଥିବା ଭାରତୀୟ ସୈନିକଙ୍କ ବୀରତ୍ୱ ଏବଂ ବଳିଦାନର ଇତିହାସକୁ ସଂରକ୍ଷଣ କରେ। ସେମାନଙ୍କର କାହାଣୀ ଅନେକଙ୍କୁ ପ୍ରେରଣା ଦେଇ ଚାଲିଛି। ଏହି ସମାଧିସ୍ଥଳ ଭାରତ-ଫ୍ରାନ୍ସ ସମ୍ପର୍କକୁ ସୁଦୃଢ଼ କରୁଥିବା ଲୋକ ସମ୍ପର୍କକୁ ସ୍ମରଣ କରିଥାଏ।

BS


(ରିଲିଜ ଆଡି: 2102464) ପରିଦର୍ଶକ କାଉଣ୍ଟର : 86