କ୍ୟାବିନେଟ
azadi ka amrit mahotsav

ବିଖଣ୍ଡିତ ୱାଲ୍ଟେୟାର ଡିଭିଜନକୁ ବଜାୟ ରଖି ବିଶାଖାପାଟଣାରେ ପ୍ରସ୍ତାବିତ ଦକ୍ଷିଣ ତଟ ରେଳ ଜୋନ୍ ଅଧୀନରେ ମଣ୍ଡଳୀୟ କ୍ଷେତ୍ରାଧିକାରରେ ସଂଶୋଧନ

ପୋଷ୍ଟ କରାଯିବା ଦିନାଙ୍କ: 07 FEB 2025 8:46PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିମ୍ନଲିଖିତ ବିଷୟଗୁଡ଼ିକୁ ପିଛିଲା ଭାବେ ମଞ୍ଜୁରି ମିଳିଛି:

  1. ୱାଲ୍ଟେୟାର ମଣ୍ଡଳକୁ ବିଖଣ୍ଡିତ ରୂପରେ ବଜାୟ ରଖିବା ଏବଂ ଏହାକୁ ବିଶାଖାପାଟଣା ଡିଭିଜନ ଭାବରେ ପୁନଃନାମକରଣ କରିବା ପାଇଁ 28.02.2019 ତାରିଖର କ୍ୟାବିନେଟର ପୂର୍ବ ନିଷ୍ପତ୍ତିର ଆଂଶିକ ସଂଶୋଧନ।
  2. ତେଣୁ ପ୍ରାୟତଃ ପଲାସା-ବିଶାଖାପାଟଣା-ଦୁଭାଡା, କୁନେରୁ-ବିଜୟନଗରମ୍, ନୌପାଡା ଜଙ୍କ୍ସନ୍-ପାରାଳାଖେମୁଣ୍ଡି, ବୋବ୍ବିଲି ଜଙ୍କ୍ସନ୍-ସାଲୁର, ସିମ୍ହାଚଲମ୍ ଉତ୍ତର-ଡୁଭାଡା ବାଇପାସ୍, ବଡ଼ାଲପୁଡି-ଦୁଭାଡା ଏବଂ ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟ୍-ଜଗଗୟାପାଲେମ୍ ୱାଲ୍ଟେୟାର ମଣ୍ଡଳର ଗୋଟିଏ ଅଂଶକୁ ୱାଲ୍ଟେୟାର ମଣ୍ଡଳ ରୂପେ ନୂଆ ଦକ୍ଷିଣ ତଟ ରେଳବାଇ ଜୋନ୍‌ ଅଧୀନରେ ରଖାଯିବ। ଏହାକୁ ବିଶାଖାପାଟଣା ମଣ୍ଡଳ ନାମରେ ପୁନଃନାମକରଣ କରାଯିବ, କାରଣ ଉପନିବେଶବାଦ ପରିଚୟ ବହନ କରୁଥିବା ୱାଲ୍ଟେୟାର ନାମକୁ ପରିବର୍ତ୍ତନ କରାଯିବ ।
  3. କୋଟ୍ଟାବାଲାସା-ବାଚେଲି, କୁନେରୁ-ଥେରୁଭାଲି ଜଙ୍କସନ, ସିଙ୍ଗାପୁର ରୋଡ-କୋରାପୁଟ ଜଙ୍କସନ ଏବଂ ପାରଳାଖେମୁଣ୍ଡି-ଗୁଣୁପୁର (ପ୍ରାୟ 680 କିଲୋମିଟର) ଷ୍ଟେସନ ମଧ୍ୟରେ ଥିବା ସେକ୍ସନକୁ ନେଇ ଗଠିତ ୱାଲ୍ଟେୟାର ଡିଭିଜନର ଅନ୍ୟ ଅଂଶ ପୂର୍ବତଟ ରେଳବାଇ ଅଧୀନରେ ରାୟଗଡ଼ାଠାରେ ମୁଖ୍ୟାଳୟ ସହିତ ଏକ ନୂତନ ମଣ୍ଡଳରେ ପରିଣତ ହେବ।

ଛୋଟ ଆକାରରେ ମଧ୍ୟ ୱାଲ୍ଟେୟାର ଡିଭିଜନକୁ ବଜାୟ ରଖିବା ଦ୍ୱାରା ଏହି ଅଞ୍ଚଳର ଲୋକଙ୍କ ଚାହିଦା ଏବଂ ଆକାଂକ୍ଷା ପୂରଣ ହେବ।

******

P.S


(ରିଲିଜ ଆଡି: 2100902) ପରିଦର୍ଶକ କାଉଣ୍ଟର : 97