ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଫେବୃୟାରୀ ୫ରେ ପ୍ରୟାଗରାଜଠାରେ ମହାକୁମ୍ଭ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ
ସଙ୍ଗମରେ ବୁଡ଼ ପକାଇବା ସହ ମା’ ଗଙ୍ଗାଙ୍କୁ ପ୍ରାର୍ଥନା କରିବେ ପ୍ରଧାନମନ୍ତ୍ରୀ
प्रविष्टि तिथि:
04 FEB 2025 7:14PM by PIB Bhubaneshwar
ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାଗରାଜରେ ମହାକୁମ୍ଭ ମେଳା ପରିଦର୍ଶନ କରିବେ। ଏହିଦିନ ୧୧ଟାରେ ସେ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ମା’ ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।
ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ଭାବେ ପରିଚୟ ହାସଲ କରିଥିବା ମହାକୁମ୍ଭ ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିଲା ଏବଂ ଏହା ଫେବୃଆରୀ ୨୬ ମହାଶିବରାତ୍ରି ପର୍ଯ୍ୟନ୍ତ ଜାରି ରହିବ। ଏହି ପବିତ୍ର ଅବସରରେ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁ ସଙ୍ଗମ ସ୍ଥଳରେ ବୁଡ଼ ପକାଇ ପ୍ରାର୍ଥନା କରିଛନ୍ତି।
ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରଚାର ଏବଂ ସଂରକ୍ଷଣ ପ୍ରତି ନିଜର ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ତୀର୍ଥସ୍ଥଳରେ ଭିତ୍ତିଭୂମି ତଥା ମୌଳିକ ସୁବିଧା ବିକାଶ ପାଇଁ ନିରନ୍ତର ସକ୍ରିୟ ପଦକ୍ଷେପ ନେଇଛନ୍ତି। ପୂର୍ବରୁ, ୧୩ ଡିସେମ୍ବର, ୨୦୨୪ ରେ ପ୍ରୟାଗରାଜ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ୫,୫୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ୧୬୭ ଟି ଉନ୍ନୟନ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ଏହି ସମସ୍ତ ପ୍ରକଳ୍ପ ସାଧାରଣ ଜନତାଙ୍କ ପାଇଁ ଯାତାୟାତ, ସେବା ଏବଂ ସୁବିଧାରେ ଉନ୍ନତି ଆଣିଛି।
HP/Swadhin
(रिलीज़ आईडी: 2099885)
आगंतुक पटल : 56
इस विज्ञप्ति को इन भाषाओं में पढ़ें:
Bengali
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam