ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏକ ବଜେଟ୍ ଯାହା ବିକଶିତ ଭାରତ ନିର୍ମାଣର ଆମର ସାମୂହିକ ସଂକଳ୍ପକୁ ଅଧିକ ଗତିଶୀଳ କରିବ : ପ୍ରଧାନମନ୍ତ୍ରୀ



ପ୍ରଧାନମନ୍ତ୍ରୀ କେନ୍ଦ୍ର ବଜେଟ୍‌ର ପ୍ରମୁଖ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି, ଯାହା ଦେଶକୁ ବିକଶିତ ଭାରତ ଆଡକୁ ଅଗ୍ରଗାମୀ କରାଇବ

ପୋଷ୍ଟ କରାଯିବା ଦିନାଙ୍କ: 01 FEB 2025 5:53PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ବଜେଟ୍ ୨୦୨୫ର ପ୍ରଶଂସା କରି କହିଛନ୍ତି ଏହା ଭାରତର ପ୍ରଗତି ପାଇଁ ଗେମ୍ ଚେଞ୍ଜର୍ ହେବ । ବିକଶିତ ଭାରତ ଦିଗରେ ଦେଶର ଯାତ୍ରାକୁ ତ୍ୱାରାନ୍ୱିତ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ।

କେନ୍ଦ୍ର ବଜେଟ୍‌, ଏଆଇ, ଖେଳନା ଉତ୍ପାଦନ, କୃଷି, ଚପଲ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଗିଗ୍ ଅର୍ଥବ୍ୟବସ୍ଥା ସହିତ ଏକାଧିକ କ୍ଷେତ୍ରରେ ନୂତନତା, ଔଦ୍ୟୋଗୀକତା ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ପଥ ଉନ୍ମୁକ୍ତ କରିଛି ।

ମାଇଗଭ୍ ଦ୍ୱାରା ଏକ ଏକ୍ସ ପୋଷ୍ଟ ଥ୍ରେଡ୍‌ର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି :

“ଏପରି ଏକ ବଜେଟ୍ ଯାହା ବିକଶିତ ଭାରତ ନିର୍ମାଣର ଆମର ସାମୂହିକ ସଂକଳ୍ପକୁ ଅଧିକ ଗତିଶୀଳ କରିବ ।”

 

SR


(ରିଲିଜ ଆଡି: 2098979) ପରିଦର୍ଶକ କାଉଣ୍ଟର : 57