ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ଜଳବାୟୁ ପରିବର୍ତ୍ତନ ପନ୍ଥା ଆହରଣ, ସହନଶୀଳତା ଆଧାରିତ ଲକ୍ଷ୍ୟ ଧାର୍ଯ୍ୟ ଚାହିଦା ନୀତି ଗ୍ରହଣ ଭଳି ପଦକ୍ଷେପ ତଥା ପର୍ଯ୍ୟାପ୍ତ ଆର୍ଥିକ ବ୍ୟବସ୍ଥା: ଆର୍ଥିକ ସର୍ଭେ ୨୦୨୪-୨୫



ଜଳବାୟୁ ପରିବର୍ତ୍ତନ ପନ୍ଥା ଆହରଣ, ସହନଶୀଳତା ଆଧାରିତ ଲକ୍ଷ୍ୟ ଧାର୍ଯ୍ୟ ଚାହିଦା ନୀତି ଗ୍ରହଣ ଭଳି ପଦକ୍ଷେପ ତଥା ପର୍ଯ୍ୟାପ୍ତ ଆର୍ଥିକ ବ୍ୟବସ୍ଥା: ଆର୍ଥିକ ସର୍ଭେ ୨୦୨୪-୨୫

୨୦୭୦ ସୁଦ୍ଧା ନେଟ୍ ଜିରୋ: ବ୍ୟାପକ ଗ୍ରୀଡ଼୍ ସଂସାଧନ କ୍ଷେତ୍ରରେ ପୁଂଜି ନିବେଶ ତଥା ଜଟିଳ ଖଣିଜ ପଦାର୍ଥ ଉତ୍ସକୁ ସୁରକ୍ଷିତ ରଖିବା ଦିଗରେ ନିବେଶର ଅନିବାର୍ଯ୍ୟତା

ଆର୍ଥିକ ସର୍ଭେ ରିପୋର୍ଟରେ ଇସିଏସବି କୋଡ୍ ସମ୍ପ୍ରସାରଣ ପାଇଁ ପରାମର୍ଶ ଦିଆଯାଇଛି ଯେଉଁଥିରେ ନୂତନ ସହରାଞ୍ଚଳ କ୍ଷେତ୍ରରେ ଭୂଲମ୍ବୀ ଉଦ୍ୟାନ ଭଳି ଉପକ୍ରମ ସାମିଲ ରହିଛି ।

ଆଣବିକ ଶକ୍ତି ଜୀବାଷ୍ମ ଇନ୍ଧନର ନିର୍ଭରଯୋଗ୍ୟ ବିକଳ୍ପ; ଏହାର ସହଜ ପର୍ଯ୍ୟାନ୍ତରଣ ସୁବିଧାକରଣ ସକାଶେ ଭବିଷ୍ୟତ ଅଭିମୁଖୀ ଆଭିମୁଖ୍ୟ ଉପରେ ଗୁରତ୍ୱାରୋପ

ସ୍ୱଳ୍ପ କାର୍ବନ୍ ଉତ୍ସର୍ଜନଯୁକ୍ତ ତାପଜ ଶକ୍ତି ପ୍ରଯୁକ୍ତି ଭଳି ଅତ୍ୟାଧୁନିକ ଅଲ୍ଟ୍ରା ସୁପର କ୍ରିଟିକାଲ ଶକ୍ତି କେନ୍ଦ୍ର ସ୍ଥାପନ ଶକ୍ତି ପର୍ଯ୍ୟାନ୍ତରଣ ନିମନ୍ତେ ଜରୁରି




ବ୍ୟାଟେରୀ ଷ୍ଟୋରେଜ, ପୁନଃଚକ୍ରଣ ଏବଂ ବର୍ଯ୍ୟର ପୋଷଣୀୟ ବିନଷ୍ଟିକରଣ ପାଇଁ ଗବେଷଣା ଓ ବିକାଶ ବ୍ୟବସ୍ଥା; ଅକ୍ଷୟ ଶକ୍ତି ବ୍ୟବସ୍ଥା ସହିତ ଏହା ଅତି ମହତ୍ତ୍ୱପୂର୍ଣ୍ଣ ଭାବରେ ଜଡ଼ିତ

ବ୍ୟାପକ ଜନ ସଚେତନତା ଅଭିଯାନ ମାଧ୍ୟମରେ ‘ମିଶନ୍ ଲାଇଫ୍’କୁ ବ୍ୟାପକ ଜନ ଆନ୍ଦୋଳନରେ ପରିଣତ କରିବାର ଆବଶ୍ୟକତା: ଆର୍ଥିକ ସର୍ଭେ ୨୦୨୪-୨୫

Posted On: 31 JAN 2025 1:28PM by PIB Bhubaneshwar

 

୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଭାରତ ଗଠନ ନିମନ୍ତେ ଭାରତର ମହତ୍ତ୍ୱାକାଂକ୍ଷା ମୌଳିକ ଭାବରେ ସମାବେଶୀ ଏବଂ ପୋଷଣୀୟ ବିକାଶ ଧାରା ଉପରେ ଆଧାରିତ । ଆଜି ସଂସଦରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଆର୍ଥିକ ସର୍ଭେ ୨୦୨୪-୨୫ ରିପୋର୍ଟରେ ଏହା ପ୍ରତିଫଳିତ ହୋଇଛି ।

 

ଏହି ସର୍ଭେରେ ଦର୍ଶାଯାଇଛି ଯେ ଦେଶରେ ମୁଣ୍ଡପିଛା ସ୍ୱଳ୍ପ କାର୍ବନ୍ ଉତ୍ସର୍ଜନ ମାତ୍ରା ରହିଥିଲେ ସୁଦ୍ଧା, ଭାରତ ଏବେ ବିକାଶ ପଥରେ ଆଗକୁ ଅଗ୍ରସର ହୋଇ ଚାଲିଛି ଏବଂ ଏହା କେବଳ ସୁଲଭ ଶକ୍ତି ନିରାପତ୍ତାକୁ ସୁନିଶ୍ଚିତ କରେନାହିଁ ଅପର ପକ୍ଷେ କର୍ମନିଯୁକ୍ତି ସୃଷ୍ଟି, ଆର୍ଥିକ ବିକାଶ ଏବଂ ସର୍ବୋପରି ପରିବେଶ ପୋଷଣୀୟତା ଲକ୍ଷ୍ୟ ହାସଲ ପାଇଁ ମଧ୍ୟ ବଚନବଦ୍ଧ ।

 

୨୦୭୦ ମସିହା ସୁଦ୍ଧା ନେଟ୍ ଜିରୋ ଉତ୍ସର୍ଜନ

ଏହି ଲକ୍ଷ୍ୟ ହାସଲ କରିବା ସକାଶେ ୨୦୭୦ ମସିହା ସୁଦ୍ଧା ନେଟ୍ ଜିରୋ ଲକ୍ଷ୍ୟ ପୂରଣ କରାଯିବା ଏବଂ ଏଥିପାଇଁ ଭାରତ ବ୍ୟାପକ ମାତ୍ରାରେ ଗ୍ରୀଡ଼୍ ସଂସାଧନର ଉନ୍ନତିକରଣ ଏବଂ ଜଟିଳ ଖଣିଜ ପଦାର୍ଥର ଉତ୍ସକୁ ନିରାପଦ ରଖିବା ଉପରେ ଗୁରୁତ୍ୱ ଆରୋପ କରୁଛି ଯାହାକି ପଟ୍ଟ ପରିର୍ତ୍ତନକାରୀ ସୁଫଳ ପ୍ରଦାନ କରିବ ବୋଲି ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ।

ସର୍ଭେ ରିପୋର୍ଟ ଦର୍ଶାଇଛି ଯେ ନୂତନ ସାମଗ୍ରିକ ପରିମାଣାତ୍ମକ ଲକ୍ଷ୍ୟ (ଏନସିକ୍ୟୁଜି) ଯାହାକି କୋପ୍୨୯ରେ ଜଳବାୟୁ ଆର୍ଥିକ ରିପୋର୍ଟରେ ଉପସ୍ଥାପନ କରାଯାଇଥିଲା ସେଥିରେ ବିକାଶଶୀଳ ରାଷ୍ଟ୍ରମାନଙ୍କ ପକ୍ଷରୁ ଏଥିପାଇଁ ଆର୍ଥିକ ସହଯୋଗ ଦେବାର ସ୍ୱଳ୍ପ ସମ୍ଭାବନା ଥିବା ଦର୍ଶାଇଛି । ଏଥିପାଇଁ ୨୦୩୫ ମସିହା ସୁଦ୍ଧା ବାର୍ଷିକ ୩୦୦ ବିଲିୟନ୍ ଡଲାରର କ୍ଷୁଦ୍ର ଚଳନ ଲକ୍ଷ୍ୟ ରଖାଯାଇଛି ଏବଂ ଏନସିକ୍ୟୁଜି ଏହାର ଗୋଟିଏ ଅଂଶ । ୨୦୩୦ ମସିହା ସୁଦ୍ଧା ଏହାର ମୋଟ ପରିମାଣ ୫.୧ – ୬.୮ ଟ୍ରିଲିଅନ୍ ଆମେରିକୀୟ ଡଲାର ହେବ । ଏଭଳି ବିଶାଳ ରାଶି ଅସନ୍ତୁଳିତ ଭାବେ ଜଳବାୟୁ ପରିବର୍ତ୍ତନର ସମସ୍ୟା ସମାଧାନ ବୋଝକୁ ସେହିସବୁ ରାଷ୍ଟ୍ରମାନଙ୍କ ଉପରେ ଲଦି ଦେଇଛି ଯେଉଁମାନଙ୍କର ଐତିହାସିକ ଭାବରେ ଏଥିପାଇଁ କୌଣସି ଅବଦାନ ହିଁ ନଥିଲା ।

 

ଆହରଣତାକୁ ଅଗ୍ରପ୍ରାଧାନ୍ୟ ପ୍ରଦାନ

ଭାରତ ପାଇଁ ଯେଉଁ ରଣନୀତି ଆପଣାଇବା ଗୁରୁତ୍ୱପୂର୍ଣ୍ଣ ତଦନୁସାରେ, ଆର୍ଥିକ ସର୍ଭେ ୨୦୨୪-୨୫ରେ କେତେଗୋଟି ପ୍ରସଙ୍ଗକୁ ଗୁରୁତ୍ୱର ସହିତ ଉପସ୍ଥାପନ କରାଯାଇଛି ଯେ ଭାରତ ଏକ ବିବିଧ-ଆଭିମୁଖ୍ୟଯୁକ୍ତ କାର୍ଯ୍ୟପନ୍ଥା ଯାହାକି କ୍ଷେତ୍ରୀୟ ନିର୍ଦ୍ଦିଷ୍ଟତା ଆଧାରରେ ପ୍ରସ୍ତୁତ ତାହାକୁ ଅନୁସରଣ କରିବ । ଏଥିରେ ଅନ୍ୟସବୁ ବ୍ୟବସ୍ଥା ସହିତ, ନୀତିଗତ ଉପକ୍ରମ, ସେକ୍ଟର- ବିନିର୍ଦ୍ଦିଷ୍ଟ ରଣନୀତି, ସହନଶୀଳତା ସଂସାଧନର ବିକାଶ, ଗବେଷଣା ଓ ବିକାଶ ଏବଂ ଏଭଳି ପ୍ରୟାସ ଆପଣାଇବା ସକାଶେ ଆର୍ଥିକ ସମ୍ବଳ ସୁନିଶ୍ଚିତ କରିବା ଆଦି ସାମିଲ ।

 

ଭାରତର ରାଷ୍ଟ୍ରୀୟ ଅନୁକୂଳନୀୟ ଯୋଜନା (ଏନଏପି) ପାଇଁ ଜାରି ରହିଥିବା ପ୍ରସ୍ତୁତି ଏକ ବ୍ୟାପକ ଓ ସମାବେଶୀ ଏନଏପିର ବିକାଶ ଘଟାଇବା ଲକ୍ଷ୍ୟରେ କାର୍ଯ୍ୟରତ ରହିଛି ଯାହାକି ପୋଷଣୀୟ ବିକାଶ ଲକ୍ଷ୍ୟ ସହିତ ସମାଯୋଜିତ ଏବଂ ଏହା ସମସ୍ତ କ୍ଷେତ୍ର ଏବଂ ସେକ୍ଟର ପାଇଁ ଜଳବାୟୁ ସହନଶୀଳତାକୁ ସୁନିଶ୍ଚିତ କରେ ବୋଲି ସର୍ଭେରେ ଦର୍ଶାଯାଇଛି ।

 

ସୁସ୍ଥ ଏବଂ ଅଧିକ ପୋଷଣୀୟ ସହରାଞ୍ଚଳ ପରିବେଶ ନିମନ୍ତେ ଏକ ଜୀବନ୍ତ ପ୍ରାଚୀର ନିର୍ମାଣ

ଦେଶରେ ଘଟିଚାଲିଥିବା ବ୍ୟାପକ ସହରୀକରଣ ଯୋଗୁ ସହରାଞ୍ଚଳ ଉତ୍ତାପ ଦ୍ୱୀପ ପ୍ରଭାବ ସୃଷ୍ଟି ହେଉଥିବା ଦୃଷ୍ଟିରୁ କାର୍ବନ୍ ଉତ୍ସର୍ଜନ ମାତ୍ରା ବୃଦ୍ଧି ପାଇଚାଲିଛି ଏବଂ ଏହା ବାୟୁ ପ୍ରଦୂଷଣ ବୃଦ୍ଧି କରୁଛି ବୋଲି ଆର୍ଥିକ ସର୍ଭେ ୨୦୨୪-୨୫ରେ ଦର୍ଶାଯାଇଛି । ଏଥିପାଇଁ ଅତ୍ୟନ୍ତ ସଫଳ ସମାଧାନ ପନ୍ଥା ଗ୍ରହଣ ଜରୁରି ବୋଲି ଦର୍ଶାଇ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଏହା ଦିନକୁ ଦିନ ସଫଳ ହେଉଛି । ସେଥିପାଇଁ ଉର୍ଦ୍ଧ୍ୱମ୍ବୀ ଉଦ୍ୟାନମାନ ସ୍ଥାପନ କରାଯାଉଛି । ଏହାକୁ ଜୀବନ୍ତ ପ୍ରାଚୀର କିମ୍ବା ଉର୍ଦ୍ଧ୍ୱମ୍ବୀ ସବୁଜିମା ବ୍ୟବସ୍ଥା (ଭିଜିଆର) ବୋଲି କୁହାଯାଉଛି । ସହରାଞ୍ଚଳ ଦୃଶ୍ୟପଟ୍ଟରେ ଏଭଳି ପରିବର୍ତ୍ତନ ଘଟାଯାଇ ଏହାକୁ ଏକ ସ୍ପନ୍ଦିତ ସବୁଜିମାଭରା ଦୃଶ୍ୟପଟ୍ଟ ଭାବରେ ରୂପାନ୍ତରୀତ କରାଯାଉଛି । ଉର୍ଦ୍ଧ୍ୱମ୍ବୀ ଉଦ୍ୟାନମାନେ କେବଳ କୋଠାଘରମାନଙ୍କୁ ନାନ୍ଦନିକ ଶୋଭା ବର୍ଦ୍ଧନ କରିବନାହିଁ ଅପରପକ୍ଷେ ପରିବେଶ ପୋଷଣୀୟତା ପାଇଁ ମଧ୍ୟ ସହଯୋଗ ଯୋଗାଇବ ଏବଂ ଏହା ତାପ କ୍ରିୟାକୁ ହ୍ରାସ କରିବା ସହିତ କାର୍ବନ ଶୋଷଣ କରିବ ଏବଂ ଜନାକୀର୍ଣ୍ଣ ସହରାଞ୍ଚଳର ଜୈବ ବିବିଧତାର ସାନ୍ଦ୍ରତାକୁ ମଧ୍ୟ ସହାୟକ ହେବ ।

 

ଆର୍ଥିକ ସର୍ଭେ ୨୦୨୪-୨୫ ରିପୋର୍ଟରେ ଶକ୍ତି ସଂରକ୍ଷଣ ଏବଂ ପୋଷଣୀୟ କୋଠାଘର କୋର୍ଡ଼ (ଇସିଏସବିସି)ର କାର୍ଯ୍ୟ ପରିସର ସମ୍ପର୍କରେ ମଧ୍ୟ ଦର୍ଶାଯାଇଛି । ଏସବୁ ମଧ୍ୟରେ ଉର୍ଦ୍ଧ୍ୱମ୍ବୀ ଉଦ୍ୟାନ ନିମନ୍ତେ ଅତି ସ୍ପଷ୍ଟ ମାର୍ଗଦର୍ଶିକା ରହିଛି ଯାହାକି ସହରାଞ୍ଚଳ ବାୟୁର ଗୁଣାତ୍ମକ ମାନ ବୃଦ୍ଧି କରିବ ଏବଂ ଉତ୍ତାପ ଦ୍ୱୀପ ଅବସ୍ଥାକୁ ଦୂର କରିପାରିବ ।

 

ଶକ୍ତି ପର୍ଯ୍ୟାନ୍ତରଣ

ସର୍ଭେ ରିପୋର୍ଟରେ ଅକ୍ଷୟ ଶକ୍ତି କ୍ଷମତା ବୃଦ୍ଧି ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରାଯାଇଥିବା ପ୍ରମୁଖତାର ସହିତ ସୂଚୀତ ହୋଇଥିବା ବେଳେ, ଏଥିରେ ଦର୍ଶାଯାଇଛି ଯେ ସଫଳତାର ସହିତ ଏବଂ ଏହିସବୁ ସମ୍ପଦକୁ ସକ୍ରିୟତାର ସହିତ ଉତ୍ତୋଳନ ଏବଂ ମାପିବା ସମ୍ଭାବ୍ୟ ଭଣ୍ଡାରଣ ପ୍ରଯୁକ୍ତି ତଥା ଏଭଳି ଅତ୍ୟାବଶ୍ୟକ ଖଣିଜ ପଦାର୍ଥର ସୀମିତ ଉପଲବ୍ଧତା ଦୃଷ୍ଟିରୁ ଅତ୍ୟନ୍ତ ଚାଲେଞ୍ଜିଂ ବୋଲି ସାବ୍ୟସ୍ତ ହୋଇଛି ।

 

ଆର୍ଥିକ ସର୍ଭେ ରିପୋର୍ଟ ୨୦୨୪-୨୫ ସୂଚାଇଛି ଯେ ଶକ୍ତି ପର୍ଯ୍ୟାନ୍ତରଣ ଏବଂ ଶକ୍ତି ନିରାପତ୍ତା ମଧ୍ୟରେ ସଂଘର୍ଷ ଯାହାକି ସ୍ପଷ୍ଟ ଭାବରେ ବିକଶିତ ରାଷ୍ଟ୍ରମାନଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ସୂଚୀତ ହୁଏ ଏବଂ ବାହୁ ଏବଂ ସୌରଶକ୍ତି ଭଳି ଅକ୍ଷୟ ଶକ୍ତି ଉତ୍ସକୁ ପର୍ଯ୍ୟାନ୍ତରଣର ସୀମିତ ଉପାୟ ପରିଲକ୍ଷିତ ହେଉଛି । ଏଭଳି ଜଟିଳ ଶକ୍ତି ବ୍ୟବସ୍ଥାର ପରିଚାଳନା ଯେଉଁଥିରେ ଜୀବାଷ୍ମ ଏବଂ ଅକ୍ଷୟ ଶକ୍ତି ଉଭୟେ ସାମିଲ ଅଛନ୍ତି, ଏହାର ପରିଚାଳନା ମୂଲ୍ୟ ସାନ୍ଦ୍ରତା ସମ୍ପର୍କରେ ମଧ୍ୟ ରିପୋର୍ଟରେ ସୂଚନା ରହିଛି ।

 

ଏହି ପରିପ୍ରେକ୍ଷୀରେ, ସର୍ଭେ ଭାରତୀୟ ପୋଷଣୀୟ ବିକାଶ ମାର୍ଗରେ ତାପଜ ଶକ୍ତିର ଗୁରୁତ୍ୱକୁ ସ୍ୱୀକାର କରେ ଏବଂ କୋଇଲା ଭିତ୍ତିକ ଶକ୍ତି ଉତ୍ପାଦନ କେନ୍ଦ୍ରମାନଙ୍କରେ ଉତ୍ସର୍ଜନ ଅର୍ଥନୀତିର ସାନ୍ଦ୍ରତା ହ୍ରାସ ଏବଂ ସୁପର କ୍ରିଟିକାଲ (ଏସସି), ଅଲ୍ଟ୍ରା ସୁପର କ୍ରିଟିକାଲ (ୟୁଏସସି) ଏବଂ ଅତ୍ୟାଧୁନିକ ଅଲ୍ଟ୍ରା ସୁପର କ୍ରିଟିକାଲ (ଏୟୁଏସସି) ପ୍ରଯୁକ୍ତିକୁ ପ୍ରୋତ୍ସାହନ ଯୋଗାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରାଯାଇଛି ।

 

ଆଣବିକ ଶକ୍ତି: ଏକ ନିର୍ଭରଯୋଗ୍ୟ ବିକଳ୍ପ

ର୍ଭେ ରିପୋର୍ଟରେ ଆଣବିକ ଶକ୍ତି ଉପରେ ଆଲୋକପା କରାଯାଇଛି ଏବଂ ଏହା ଏକ ସକ୍ରିୟ ତଥା ସ୍ୱଳ୍ପ ସବୁଜ ଗୃହ ବାଷ୍ପ ଉତ୍ସର୍ଜନକାରୀ ଶକ୍ତି ଉତ୍ସ ବୋଲି ବିବେଚନା କରାଯିବା ସହିତ ଏହାକୁ ଜୀବାଷ୍ମ ଇନ୍ଧନର ନିର୍ଭରଯୋଗ୍ୟ ବିକଳ୍ପ ଭାବରେ ବ୍ୟବହାର ନିମନ୍ତେ ପରାମର୍ଶ ଦିଆଯାଇଛି । ଏହା ମଧ୍ୟ ଏକ ଭବିଷ୍ୟତ ଅଭିମୁଖୀ ଚିନ୍ତାଧାରାର ପରାମର୍ଶ ପ୍ରଦାନ ପୂର୍ବକ ଭବିଷ୍ୟତରେ ସମ୍ମୁଖୀନ ହେବାକୁ ଥିବା ସମ୍ଭାବ୍ୟ ଚାଲେଞ୍ଜର ସମାଧାନର ସୂଚନା ଦେଇଛି । ତେଣୁ ସରଳ ଭାବରେ ଶକ୍ତି ପର୍ଯ୍ୟାନ୍ତରଣ ହେଉଛି ସମୟର ଆବଶ୍ୟକତା ଏବଂ ଏଥିପାଇଁ ସବୁପ୍ରକାର ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବା ପାଇଁ ଏଥିରେ କୁହାଯାଇଛି ।

 

ଏଥି ସହିତ ଅକ୍ଷୟ ଶକ୍ତି ପ୍ରଯୁକ୍ତିର ବ୍ୟବହୃତ ସାମଗ୍ରୀକୁ ନିରାପଦ ଭାବେ ନଷ୍ଟ କରିବା ଦିଗରେ ଥିବା ଚାଲେଞ୍ଜ ସମ୍ପର୍କରେ ଏଥିରେ ଦର୍ଶାଯାଇଛି । ବିଶେଷ କରି ସୌର ପାନେଲ ପ୍ରସଙ୍ଗରେ କୁହାଯାଇଛି । ପରିବେଶ ସୁରକ୍ଷା ନୀତି କିପରି ଜଟିଳ ପ୍ରସଙ୍ଗ ମାନ ଛିଡ଼ା କରାଉଛି ସେ ସମ୍ପର୍କରେ ଉଲ୍ଲେଖ ରହିଛି । ଏଥିରେ ପରାମର୍ଶ ଦିଆଯାଇଛି ଯେ ଅକ୍ଷୟ ଶକ୍ତି ପ୍ରଯୁକ୍ତି ସହିତ ଜଡ଼ିତ ଉପକରଣ ଏବଂ ଅନ୍ୟାନ୍ୟ ଉତ୍ପନ୍ନ ପଦାର୍ଥକୁ ସଫଳତାର ସହିତ ନଷ୍ଟ କରିବାର ଏକ ପଦ୍ଧତିର ବିକାଶ ଘଟାଯିବା ଜରୁରି ଅନ୍ୟଥା ଏହା ପରିବେଶ ତଥା ଜନସ୍ୱାସ୍ଥ୍ୟ ଉପରେ ବ୍ୟାପକ ପ୍ରତିକୂଳ ପ୍ରଭାବ ପକାଇବ ।

 

ଏନଡିସି ଲକ୍ଷ୍ୟ ଦିଗରେ ଭାରତ ଆଗକୁ ଧାବମାନ

ଜାତୀୟ ନିର୍ଦ୍ଧାରିତ ଅବଦାନ (ଏନଡିସି) ଆଡ଼କୁ ଧୀରେ ଧୀରେ ଭାରତ ଅଗ୍ରସର ହୋଇ ଚାଲିଛି । ୨୦୨୪ ମସିହା ନଭେମ୍ବର ୩୦ ତାରିଖ ସୁଦ୍ଧା ଅଣ- ଜୀବାଷ୍ମ ଉତ୍ସରୁ ଭାରତର ମୋଟ ସ୍ଥାପନା ବିଦ୍ୟୁତ୍ ଶକ୍ତି ଉତ୍ପାଦନ କ୍ଷମତା ୨,୧୩,୭୦୧ ମେଗାୱାଟ ରହିଛି ଯାହାକି ମୋଟ କ୍ଷମତାର ୪୬.୮ ପ୍ରତିଶତ ବୋଲି ଜଣାପଡ଼ିଛି । ସଂଶୋଧିତ ଏନଡିସି ଲକ୍ଷ୍ୟ ପଥରେ ଆଗକୁ ଅଗ୍ରସର ଦେଶ ୨୦୩୦ ମସିହା ସୁଦ୍ଧା ଏହାାର ୫୦ ପ୍ରତିଶତ ହାସଲ କରିବାର ଲକ୍ଷ୍ୟ ରଖିଛି । ସେହିଭଳି ୨.୨୯ ବିଲିୟନ୍ ଟନ୍ ଅଙ୍ଗାରକାମ୍ଳର ଏକ ଅତିରିକ୍ତ କାର୍ବନ୍ ସିଙ୍କ୍ ୨୦୦୫ଠାରୁ ୨୦୨୩ ମସିହା ମଧ୍ୟରେ ସୃଷ୍ଟି କରାଯାଇଛି ଯାହାକି ୨୦୩୦ ମସିହା ସୁଦ୍ଧା ୨.୫ରୁ ୩ ବିଲିୟନ୍ ଟନ୍ ହେବାର ଏନ.ଡି.ସି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

 

ଭାରତର ସ୍ଥାପନ ଉତ୍ପାଦନ କ୍ଷମତା (ଇନ୍ଧନ- ୱାରୀ) (୩୦ ନଭେମ୍ବର ୨୦୨୪)

 

ଅକ୍ଷୟ ଶକ୍ତି ଏବଂ ସବୁଜ ନିବେଶକୁ ପ୍ରୋତ୍ସାହନ

ଭାରତ ସରକାର ଅକ୍ଷୟ ଶକ୍ତି ଉତ୍ପାଦନକୁ ଦେଶରେ ବୃଦ୍ଧି କରିବା ସକାଶେ ବ୍ୟାପକ ମାତ୍ରାରେ ଅଡ଼କ ଯୋଜନା, ନୀତି, ଆର୍ଥିକ ପ୍ରୋତ୍ସାହନ ଏବଂ ନିୟାମକ ବ୍ୟବସ୍ଥା ପ୍ରଣୟନ କରିଛନ୍ତି ଏବଂ ଏହା ସବୁଜ ନିବେଶକୁ ପ୍ରୋତ୍ସାହିତ କରିବ ।

 

ଏଥିରେ ଥିବା କେତେଗୋଟି ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ:

 

ମିଶନ୍ ଲାଇଫ୍: ପୋଷଣୀୟ ବିକାଶ ପାଇଁ ଜୀବନଶୈଳୀକୁ ସର୍ବାଧିକ ବଦଳାଇବା

ଆର୍ଥିକ ସର୍ଭେ ୨୦୨୪-୨୫ରେ ନେଟ୍ ଜିରୋ କାର୍ବନ ଉତ୍ସର୍ଜନ ଲକ୍ଷ୍ୟ ହାସଲ କରିବା ସକାଶେ ଯେଉଁ ମାନସିକତା ଏବଂ ଆଚରଣଗତ ପରିବର୍ତ୍ତନର ଆବଶ୍ୟକତା ରହିଛି ତାହା ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଯାହାକି ଏହି ଦିଗରେ ମୌଳିକ ପରିବର୍ତ୍ତନ ଘଟାଇପାରିବ । ସେଥିପାଇଁ ଚିନ୍ତାଶୀଳ ଭାବେ ଉପଭୁକ୍ତି ଏବଂ ଉତ୍ପାଦନ ଆଚରଣ ଚିନ୍ତାଧାରାର ଆବଶ୍ୟକତା ରହିଛି । ଏହି ଦିଗରେ ଭାରତ ନେତୃତ୍ୱାଧୀନ ବୈଶ୍ୱିକ ଆନ୍ଦୋଳନ ଲାଇଫ୍ ଷ୍ଟାଇଲ୍ ଫର୍ ଏନଭିରନମେଣ୍ଟ୍ (ଲାଇଫ୍)ର ସୂତ୍ରପାତ ଘଟାଯାଇଛି ଯାହାକି ଦେଶର ପୋଷଣୀୟତା ପ୍ରୟାସ ମାଧ୍ୟମରେ ପରିବେଶ ଅନୁକୂଳ କାର୍ଯ୍ୟପନ୍ଥା ଯଥା ବର୍ଜ୍ୟ ପରିଚାଳନା, ସମ୍ପଦ ସଂରକ୍ଷଣ ଏବଂ ପୁନଃଚକ୍ରଣ ଆଦି କାର୍ଯ୍ୟକୁ ପ୍ରୋତ୍ସାହନ ଯୋଗାଇଥାଏ ।

 

ପରିବେଶର ସୁରକ୍ଷା ନିମନ୍ତେ ସାମୂହିକ କାର୍ଯ୍ୟପନ୍ଥା ଅବଲମ୍ବନର ଶକ୍ତି ସଂଗ୍ରହ

ସର୍କୁଲାର ଅର୍ଥନୀତିକୁ ପ୍ରୋତ୍ସାହନ ପ୍ରଦାନ ମଧ୍ୟ ମିଶନ୍ ଲାଇଫ୍ ମୌଳିକ ଉପାଦାନ ମଧ୍ୟରେ ପରିକଳ୍ପନା କରାଯାଇଛି । ତେଣୁ ବ୍ୟାଟେରୀ ଷ୍ଟୋରେଜ୍ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣା ଏବଂ ବିକାଶ, ତଥା ବର୍ଜ୍ୟବସ୍ତୁର ପୁନଃଚକ୍ରଣ ଏବଂ ପୋଷଣୀୟ ବିନଷ୍ଟିକରଣ ସହିତ ଅକ୍ଷୟ ଶକ୍ତି ବ୍ୟବସ୍ଥା ହେଉଛି ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ତେଣୁ ଅକ୍ଷୟ ଶକ୍ତି ଉତ୍ସର ସୁରକ୍ଷା ଏବଂ ଏହାର ପୋଷଣୀୟତା ଉପରେ ଅଧିକ ପ୍ରାଧାନ୍ୟ ଆରୋପ କରାଯାଇଛି ।

 

ଲାଇଫ' କାର୍ଯ୍ୟକ୍ରମକୁ ସକାରାତ୍ମକ ଭାବରେ ପ୍ରବର୍ତ୍ତନ କରିବା ଦିଗରେ ଗୃହୀତ ପଦକ୍ଷେପ ସମସ୍ତଙ୍କୁ ସମାନ ଭାବରେ ତଥା ପର୍ଯ୍ୟାପ୍ତ ମାତ୍ରାରେ ଉପକୃତ କରାଇବ । ଏହି ଉପକାର ମଧ୍ୟରେ ଶକ୍ତି ଉପଭୁକ୍ତ କ୍ଷେତ୍ରରେ ଥିବା ଅସମାନତା ହ୍ରାସ, ବାୟୁ ପ୍ରଦୂଷଣ ହ୍ରାସ, ମୂଲ୍ୟ ସଞ୍ଚୟ ଲକ୍ଷ୍ୟ ହାସଲ ଏବଂ ସାମଗ୍ରିକ କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସାମିଲ । ତେଣୁ ୨୦୩୦ ମସିହା ସୁଦ୍ଧା ଆକଳନ ଅନୁସାରେ ଏହିସବୁ ବ୍ୟବସ୍ଥା ଗ୍ରହଣ ଦ୍ୱାରା ଉପଭୋକ୍ତାମାନେ ପ୍ରାୟ ୪୪୦ ବିଲିୟନ୍ ଡଲାର ସଞ୍ଚୟ କରିପାରିବେ ବୋଲି ଅନୁମାନ କରାଯାଇଛି ।

 

ଏହି ସର୍ଭେ ରିପୋର୍ଟରେ ଗୁରୁତ୍ୱର ସହିତ ଦର୍ଶାଯାଇଛି ଯେ ବ୍ୟାପକ ସଚେତନତା ଅଭିଯାନ ମାଧ୍ୟମରେ ଲାଇଫ୍ ମିଶନକୁ ଅଧିକ ବ୍ୟାପକ କରାଯାଇ ଏକ ଜନ ଆନ୍ଦୋଳନରେ ପରିଣତ କରାଯାଇପାରିବ ଏବଂ ଏଥିପାଇଁ ଲାଇଫ୍ ମିଶନର ନୀତିକୁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟମାନଙ୍କର ପାଠ୍ୟକ୍ରମରେ ସାମିଲ କରିବା ଦ୍ୱାରା ଯୁବଗୋଷ୍ଠୀଙ୍କ ମନରେ ପରିବେଶ ପ୍ରତି ସଚେତନତା ବୃଦ୍ଧି ପାଇପାରିବ ।

 

ପରିବେଶ ସୁରକ୍ଷା ଉପକ୍ରମର ସକାରାତ୍ମକ ସୁଫଳ ପ୍ରାପ୍ତି ନିମନ୍ତେ ଅନେକ ଗୁଡ଼ିଏ ପ୍ରମୁଖ ଉପକ୍ରମ ଆରମ୍ଭ କରାଯାଇଛି ଏବଂ ଏଥିପାଇଁ ଲାଇଫ୍ ସହିତ ଏହାର ପ୍ରବର୍ତ୍ତନ ବ୍ୟବସ୍ଥାକୁ ମଧ୍ୟ ସ୍ଥିର ରଖାଯାଇଛି । ସେଥି ମଧ୍ୟରୁ ଗ୍ରୀନ୍ କ୍ରେଡିଟ୍ ନିୟମାବଳୀ ପ୍ରବର୍ତ୍ତନ ଏକ ଉଲ୍ଲେଖନୀୟ ଉଦାହରଣ ଯାହାକି ସ୍ୱେଚ୍ଛାକୃତ ପ୍ରୟାସ ଜରିଆରେ ସମାବେଶୀ ପରିବେଶ ସଂରକ୍ଷଣ ନିମନ୍ତେ ସହାୟକ ହୋଇପାରୁଛି । ଏହା ଫଳରେ ଗ୍ରୀନ୍ କ୍ରେଡିଟ୍ କାର୍ଡ ଜାରିର ବ୍ୟବସ୍ଥା କରାଯାଇଛି । ଏହାର ଅନ୍ୟାନ୍ୟ ଉଦାହରଣ ଗୁଡ଼ିକ ମଧ୍ୟରେ ବୃକ୍ଷ ରୋପଣ ଅଭିଯାନ ଏକ ପେଡ୍ ମାଁ କେ ନାମ୍ ଯାହାକି ଜନସାଧାରଣଙ୍କ ବ୍ୟକ୍ତିଗତ ଆଚରଣକୁ ବଦଳାଇପାରୁଛି ଏବଂ ପରିବେଶ ପ୍ରତି ସେମାନଙ୍କ ମନରେ ସଚେତନତା ବଢ଼ାଉଛି । ସ୍ୱଚ୍ଛ ଭାରତ ମିଶନ୍ (ଏସବିଏମ) ମଧ୍ୟ ସାର୍ବଜନୀନ ପରିମଳ ଉପଲବ୍ଧତା ନିମନ୍ତେ ଭାରତର ଏକ ଅଭିନବ ପ୍ରୟାସ ।

 

**********


(Release ID: 2098257) Visitor Counter : 13