ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ମହାକୁମ୍ଭ ୨୦୨୫ : ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକ କେମିତି ‘ବିବିଧତା ମଧ୍ୟରେ ଏକତା’ର ବାର୍ତ୍ତା ପ୍ରଦାନ କରୁଛନ୍ତି, ତାହା ଦର୍ଶାଉଛି ପ୍ରୟାଗରାଜର ଡିଜିଟାଲ ପ୍ରଦର୍ଶନୀ

Posted On: 28 JAN 2025 3:37PM by PIB Bhubaneshwar

ଉଦ୍ୟୋଗୀକରଣ ନେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ମଧ୍ୟ ସୂଚନା ପ୍ରଦାନ କରୁଛି ଏହି ଡିଜିଟାଲ ପ୍ରଦର୍ଶନୀ

 

ଭାରତ ସରକାରଙ୍କ ବିଭିନ୍ନ ଯୋଜନା କେମିତି ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ପ୍ରଦାନ କରୁଛି, ତାହା ଦର୍ଶାଉଛି ହାକୁମ୍ଭ ୨୦୨୫ର ଡିଜିଟାଲ ପ୍ରଦର୍ଶନୀ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଆୟୋଜିତ ଏହି ଡିଜିଟାଲ ପ୍ରଦର୍ଶନୀ ଦେଖିବାକୁ ବହୁତ ଲୋକ ଆସୁଛନ୍ତି।  

 

ଗୋଟିଏ ଦେଶ ଗୋଟିଏ କର, ଗୋଟିଏ ଦେଶ ଗୋଟିଏ ପାଓ୍ୱାର ଗ୍ରୀଡ, ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ପରି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ‘ବିବିଧତା ମଧ୍ୟରେ ଏକତା’ କୁ ଅନୁଭବ କରାଯାଉଛି। ଦେଶର ଏକତାକୁ ଆହୁରି ମଜଭୁତ କରୁଥିବା ଏହି ସବୁ କାର୍ଯ୍ୟକ୍ରମ ସଂପର୍କରେ ପ୍ରୟାଗରାଜ ମହାକୁମ୍ଭର ତ୍ରିବେଣୀ ମାର୍ଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଡିଜିଟାଲ ପ୍ରଦର୍ଶନୀରେ ଦର୍ଶକଙ୍କୁ ସୂଚନା ପ୍ରଦାନ କରାଯାଉଛି। ଜାତୀୟ ଏକତାର ପ୍ରତୀକ ସର୍ଦ୍ଦାର ପଟେଲଙ୍କ ଏକ ପ୍ରତିମୂର୍ତ୍ତିର ଏକ ଚିତ୍ର ମଧ୍ୟ ଏଠାରେ ସ୍ଥାନ ପାଇଛି ଯାହାକି ଏକତାର ବାର୍ତ୍ତା ବହନ କରୁଛି।      

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହିତ ପୂରଣ ହୋଇଛି ‘ଗୋଟିଏ ଦେଶ ଗୋଟିଏ ସମ୍ୱିଧାନ’ର ସଂକଳ୍ପ। ବିକଶିତ ଭାରତର ସ୍ୱପ୍ନ ପୂରଣ କରିବା ପାଇଁ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଓ ‘ଗୋଟିଏ ଦେଶ ଗୋଟିଏ ନାଗିରକ ସଂହିତା’ ପାଇଁ ଜୋରସୋରରେ ପ୍ରୟାସ କରାଯାଉଛି। ପ୍ରଦର୍ଶନୀରେ ଆକର୍ଷଣୀୟ ଶୈଳୀରେ ଏହା ପ୍ରଦର୍ଶିତ ହୋଇଛି।  

 

ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ନୀତି ଓ ସଫଳତାକୁ ନେଇ ଆୟୋଜିତ ଏହି ପ୍ରଦର୍ଶନୀରେ ଉଦ୍ୟୋଗୀକରଣ ଓ ଆତ୍ମନିଯୁକ୍ତିର ପ୍ରୋତ୍ସାହନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମୁଦ୍ରା ଯୋଜନା, ପିଏମ୍ ବିଶ୍ୱକର୍ମା ଯୋଜନା, ପିଏମଇଜିପି ଓ କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ପରି ଯୋଜନା ଜରିଆରେ ସମ୍ଭବ ହୋଇ ପାରିଛି ଉଦ୍ୟୋଗୀକରଣ ଓ ଆତ୍ମନିଯୁକ୍ତି।    

 

ଜାନୁଆରି ୧୩ରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀକୁ ବହୁ ଲୋକ ଆସିଛନ୍ତି। ଦୃଶ୍ୟ-ଶ୍ରାବ୍ୟ ମିଡିଆ ଜରିଆରେ ସେମାନେ ବିକାଶ ଓ ଐତିହ୍ୟ ସଂପର୍କରେ ଅନେକ କଥା ଜାଣିପାରୁଛନ୍ତି। ଏଲଇଡି ପରଦାରେ ପ୍ରଦର୍ଶିତ ହେଉଥିବା ବିଭିନ୍ନ ସରକାରୀ ଯୋଜନା ମଧ୍ୟ ଲୋକଙ୍କୁ ଆକର୍ଷିତ କରୁଛି। ଏହା ସହିତ ସେମାନେ ସେଲଫି ମଧ୍ୟ ନେଉଛନ୍ତି।

  
BSP


(Release ID: 2097203) Visitor Counter : 21