ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଜି ରାଷ୍ଟ୍ରୀୟ ବାଳିକା ଦିବସରେ ବାଳିକାମାନଙ୍କୁ ସଶକ୍ତ କରି ରଖିବା ଏବଂ ସେମାନଙ୍କ ପାଇଁ ବ୍ୟାପକ ସୁବିଧା ସୃଷ୍ଟି କରିବାର ପ୍ରତିବଦ୍ଧତାକୁ ଦୋହରାଉଛୁ: ପ୍ରଧାନମନ୍ତ୍ରୀ
Posted On:
24 JAN 2025 8:56AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ବାଳିକା ଦିବସରେ ବାଳିକାମାନଙ୍କୁ ସଶକ୍ତ କରି ରଖିବା ଏବଂ ସେମାନଙ୍କ ପାଇଁ ବ୍ୟାପକ ସୁବିଧା ସୃଷ୍ଟି କରିବାର ସରକାରଙ୍କ ପ୍ରତିବଦ୍ଧତାକୁ ପୁଣି ଦୋହରାଇଛନ୍ତି ।
ଏକ୍ସ ର ଏକ ଥ୍ରେଡ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
“ଆଜି ରାଷ୍ଟ୍ରୀୟ ବାଳିକା ଦିବସରେ ବାଳିକାମାନଙ୍କୁ ସଶକ୍ତ କରି ରଖିବା ଏବଂ ସେମାନଙ୍କ ପାଇଁ ବ୍ୟାପକ ସୁବିଧା ସୃଷ୍ଟି କରିବାର ଆମର ପ୍ରତିବଦ୍ଧତାକୁ ପୁଣି ଦୋହରାଉଛି । ଭାରତ ପ୍ରତ୍ୟେକ କ୍ଷେତ୍ରରେ ବାଳିକାମାନଙ୍କ ଉପଲବ୍ôଧ ପାଇଁ ଗର୍ବିତ । ସେମାନଙ୍କ ଉପଲବ୍ôଧ ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି ।”
“ଆମ ସରକାର ଶିକ୍ଷା, ପ୍ରାଦ୍ୟୋଗିକୀ, କୌଶଳ, ସ୍ୱାସ୍ଥ୍ୟ ଭଳି କ୍ଷେତ୍ରରେ ଧ୍ୟାନ କେନ୍ଦ୍ରିତ କରିଛି, ଯାହାକି ବାଳିକମାନଙ୍କୁ ସଶକ୍ତ କରିବା ଦିଗରେ କାମ କରିଛି । ବାଳିକାମାନଙ୍କ ପ୍ରତି ଯେପରି କୌଣସି ପାତରଅନ୍ତର ନ ହେବ ତାହାକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ଆମେ ସେତିକି ପ୍ରତିବଦ୍ଧ ରହିଛୁ ।”
SR
(Release ID: 2095760)
Visitor Counter : 14
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam