ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କେନ୍ଦ୍ରମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀଙ୍କ ବାସଭବନରେ ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ


ଦେଶବ୍ୟାପୀ ଲୋକମାନେ ମହା ଉତ୍ସହର ସହ ସଂକ୍ରାନ୍ତି ଓ ପୋଙ୍ଗଲକୁ ପାଳନ କରନ୍ତି: ପ୍ରଧାନମନ୍ତ୍ରୀ

ଏହା କୃତଜ୍ଞତା, ପ୍ରଚୁରତା ଏବଂ ନବିନୀକରଣର ପର୍ବ, ଗଭୀର ଭାବେ ଆମ ସଂସ୍କୃତିର କୃଷି ପରମ୍ପରା ଆଧାରିତ: ପ୍ରଧାନମନ୍ତ୍ରୀ

Posted On: 13 JAN 2025 9:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି.କିଷାନ ରେଡ୍ଡୀଙ୍କ ବାସଭବନରେ ଅନୁଷ୍ଠିତ ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବରେ ସାମିଲ ହୋଇଛନ୍ତି । ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି, ଭାରତର ଜନସାଧାରଣ ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବକୁ ମହା ଉତ୍ସାହର ସହ ପାଳନ କରିଥାନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଏହା କୃତଜ୍ଞତା, ପ୍ରଚୁରତା ଏବଂ ନବିନୀକରଣର ପର୍ବ, ଗଭୀର ଭାବେ ଆମ ସଂସ୍କୃତିର କୃଷି ପରମ୍ପରା ଆଧାରିତ” ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ମୋ ମନ୍ତ୍ରିମଣ୍ଡଳର ସାଥୀ ଶ୍ରୀ ଜି.କିଷାନ ରେଡ୍ଡୀ ଗାରୁଙ୍କ ବାସଭବନରେ ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବରେ ଯୋଗ ଦେଲି । ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଲି । 

ଭାରତର ଜନସାଧାରଣ ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବକୁ ମହା ଉତ୍ସାହର ସହ ପାଳନ କରିଥାନ୍ତି । ଏହା କୃତଜ୍ଞତା, ପ୍ରଚୁରତା ଏବଂ ନବିନୀକରଣର ପର୍ବ, ଗଭୀର ଭାବେ ଆମ ସଂସ୍କୃତିର କୃଷି ପରମ୍ପରା ଆଧାରିତ ।

ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ ମୋର ଶୁଭେଚ୍ଛା । ପ୍ରତ୍ୟେକଙ୍କ ପାଇଁ ଖୁସି, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆଗକୁ ସମୃଦ୍ଧ ଅମଳ ଋତୁ କାମନା କରୁଛି ।”

@kishanreddybjp

“ଏଠାରେ ସଂକ୍ରାନ୍ତି ଉତ୍ସବର କିଛି ଅଧିକ ଫଟୋ । ଭୋଗି ନିଆଁ ମଧ୍ୟ ଜାଳିଲି ।”

SR


(Release ID: 2092685) Visitor Counter : 7