ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏକଜାମ୍ ୱାରିୟର୍ସ ୱାର ଫେଷ୍ଟିଭାଲକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
प्रविष्टि तिथि:
07 JAN 2025 7:33PM by PIB Bhubaneshwar
ପରୀକ୍ଷା ଚିନ୍ତାକୁ ଆର୍ଟ ବା କଳା ମାଧ୍ୟମରେ ହ୍ରାସ ସକାଶେ ଅନୁଷ୍ଠିତ ହୋଇଥିବା ଏକଜାମ୍ ୱାରିୟର୍ସ ଆର୍ଟ ଫେଷ୍ଟିଭାଲକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
୨୦୨୫ ଜାନୁଆରୀ ୪ ତାରିଖରେ ନୂଆଦିଲ୍ଲୀର ଶାନ୍ତିପଥରେ ଏକଜାମ ୱାରିୟର୍ସ ୱାର ଫେଷ୍ଟିଭାଲ ଅନୁଷ୍ଠିତ ହୋଇଥିଲା । ୩୦ଟି ସ୍କୁଲର ନବମ ରୁ ଦ୍ୱାଦଶ ଗ୍ରେଡ୍ ପର୍ଯ୍ୟନ୍ତ ପ୍ରାୟ ୪ ହଜାର ଛାତ୍ରଛାତ୍ରୀ ସେମାନଙ୍କ ସୃଜନଶୀଳତା ପ୍ରଦର୍ଶନ କରିବାକୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଆର୍ଟ ଫେଷ୍ଟିଭାଲ ସଂକ୍ରାନ୍ତରେ ଏକଜାମ୍ ୱାରିୟର୍ସ ପକ୍ଷରୁ ଏକ୍ସ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସୃଜନଶୀଳତା ସଫଳତା ମାଧ୍ୟମରେ ପରୀକ୍ଷାର ଚିନ୍ତା ହ୍ରାସ କରିବା!
ଏହା ଦେଖି ଖୁସି ଲାଗୁଛି କି ଅନେକ ଯୁବା ଏକତ୍ର ହୋଇ ଆର୍ଟ ବା କଳାର ଶକ୍ତି ଉପଯୋଗ କରି କିପରି ପରୀକ୍ଷା ଚିନ୍ତା ହ୍ରାସ କରାଯାଇପାରିବ ତାହାର ସନ୍ଦେଶ ଦେଇପାରିଛନ୍ତି ।”
SR
(रिलीज़ आईडी: 2091058)
आगंतुक पटल : 43
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam