ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୂଆଦିଲ୍ଲୀରେ ଜାନୁଆରୀ ୫ ତାରିଖରେ ୧୨ ହଜାର ୨୦୦ କୋଟିର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଆଂଚଳିକ କ୍ଷେତ୍ର ସହ ଯୋଗାଯୋଗ ସ୍ଥାପନ ଓ ଗମନାଗମନ କ୍ଷେତ୍ରରେ ସୁବିଧା
ସହିବାବାଦରୁ ନ୍ୟୁ ଅଶୋକ ନଗର ଯାଏ ନମୋ ଭାରତ କରିଡରର ଉଦଘାଟନ
ଦିଲ୍ଲୀ ମେଟ୍ରୋ ଫେଜ-୪ର ଜନକପୁରୀ-କ୍ରିଷ୍ଣା ପାର୍କ ସେକ୍ସନର ଉଦଘାଟନ
ଦିଲ୍ଲୀ ମେଟ୍ରୋ ଫେଜ-୪ର ରୈଥଲା-କୁଣ୍ଡଲୀ ସେକ୍ସନର ଶିଳାନ୍ୟାସ
ଦିଲ୍ଲୀ ରୋହିଣୀରେ କେନ୍ଦ୍ରୀୟ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଭିତିପ୍ରସ୍ତର ସ୍ଥାପନ
Posted On:
04 JAN 2025 5:00PM by PIB Bhubaneshwar
ନୂଆଦିଲ୍ଲୀରେ ଜାନୁଆରୀ ୫ ତାରିଖରେ ୧୨ ହଜାର ୨୦୦ କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ । ପୂର୍ବାହ୍ନ ୧୧ଟା ୧୫ ମିନିଟ ବେଳକୁ ନମୋ ଭାରତ ଟ୍ରେନରେ ପ୍ରଧାନମନ୍ତ୍ରୀ ମୋଦୀ ସାହିବାବାଦ ଆରଆରଟିଏସ ଷ୍ଟେସନଠାରୁ ନ୍ୟୁ ଅଶୋକନଗର ଆରଆରଟିଏସ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ । ପ୍ରାୟ ୪ ହଜାର ୬ ଶହ କୋଟି ଟଙ୍କାର ୧୩ କିଲୋମିଟର ବ୍ୟାପୀ ଦିଲ୍ଲୀ-ଗାଜିଆବାଦ-ମିରଟ ନମୋ ଭାରତ କରିଡରକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିବେ ।
ଏହି ଉଦଘାଟନ ପରେ ଦିଲ୍ଲୀ ଭଳି ସହରକୁ ନମୋ ଭାରତ ଟ୍ରେନର ସଂଯୋଗୀକରଣ କରାହେବ । ଦିଲ୍ଲୀ ଓ ମିରଟ ଭିତରେ ଦୂରତା କମିବା ସହ ଯାତ୍ରୀମାନେ ନିରାପଦରେ ଓ ଖୁବ କମ ସମୟ ଭିତରେ ଯାତ୍ରା କରିପାରିବେ ବୋଲି କୁହାଯାଇଛି ।
ଦିଲ୍ଲୀ ମେଟ୍ରୋ ଫେଜ-୪ ଅଧୀନରେ ୨.୮ କିଲୋମିଟର ବ୍ୟାପୀ ଏକ ହଜାର ଦୁଇ ଶହ କୋଟି ଟଙ୍କାର ଜନକପୁରୀ ଓ କ୍ରିଷ୍ଣା ପାର୍କ କରିଡରକୁ ବି ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହା ଦିଲ୍ଲୀ ମେଟ୍ରୋ ଫେଜ-୪ର ପ୍ରଥମ ପରିବର୍ଦ୍ଧିତ ସଂସ୍କରଣ ବୋଲି କୁହାଯାଏ । ଏହା ଦ୍ୱାରା ପଶ୍ଚିମ ଦିଲ୍ଲୀ, କ୍ରିଷ୍ଣା ପାର୍କ, ବିକାଶପୁରୀ, ଜନକପୁରୀ ଅଂଚଳରେ ବସବାସ କରୁଥିବା ଲୋକେ ଉପକୃତ ହେବେ ।
ଦିଲ୍ଲୀ ମେଟ୍ରୋ ଫେଜ-୪ର ୬ ହଜାର ୨୩୦ କୋଟି ଟଙ୍କାର ୨୬.୫ କିଲୋମିଟର ବ୍ୟାପୀ ରୈଥଲା-କୁଣ୍ଡଲୀ ସେକ୍ସନର ବି ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଦିଲ୍ଲୀର ରୈଥାଲା ସହ ହରିୟାଣାର ନାଥୁପୁର (କୁଣ୍ଡଲୀ) ଭିତରେ ଏହି କରିଡର ଦୂରତା କମାଇବ । ଏହାଦ୍ୱାରା ରୋହିଣୀ, ବବାନା, ନରେଲା, କୁଣ୍ଡଲୀ ଅଂଚଳର ଲୋକେ ଉପକୃତ ହେବା ସହ ବିଭିନ୍ନ ଆବାସିକ, ବ୍ୟାବସାୟିକ ଓ ଶିଳ୍ପ ଜୋନକୁ ଏହା ସଂଯ୍ଧେଜ୍ଞ କରିବ । ରେଡ ଲାଇନର ସମ୍ପ୍ରସାରଣ ହେବା ଫଳରେ ଦିଲ୍ଲୀ, ହରିୟାଣା ଓ ଉତରପ୍ରଦେଶ ପରି ବିଭିନ୍ନ ଅଂଚଳକୁ ଯୋଗାଯୋଗ ସୁଗମ ହୋଇପାରିବ ।
ନୂଆଦିଲ୍ଲୀର ରୋହିଣୀରେ କେନ୍ଦ୍ରୀୟ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିଏଆରଆଇ)ର ଭିତିପ୍ରସ୍ତର ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାପନ କରିବେ । ୧୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ କରାଯିବ । ଏହି କ୍ୟାମ୍ପସରେ ଔଷଧ ଓ ହେଲଥ କେୟାରର ଭିତିଭୂମି ରହିବ । ଉଭୟ ରୋଗୀ ଓ ଗବେଷକମାନଙ୍କ ପାଇଁ ନୂଆ ଭିତିଭୂମିରେ ପ୍ରଶାସନିକ ବ୍ଲକ, ଓପିଡି ବ୍ଲକ, ଆଇପିଡି ବ୍ଲକ ଓ ଟ୍ରିଟମେଂଟ ବ୍ଲକ ରହିବ ।
PBD
(Release ID: 2090369)
Visitor Counter : 15
Read this release in:
Assamese
,
English
,
Urdu
,
Marathi
,
Hindi
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam