ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚେସ୍ ଚାମ୍ପିଅନ କୋନେରୁ ହମ୍ପି

ପୋଷ୍ଟ କରାଯିବା ଦିନାଙ୍କ: 03 JAN 2025 8:42PM by PIB Bhubaneswar

 

ଚେସ୍ ଚାମ୍ପିଅନ୍ କୋନେରୁ ହମ୍ପି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଭାରତ ପାଇଁ ଗୌରବ ଆଣିଥିବାରୁ ପ୍ରଶଂସା କରି ଶ୍ରୀ ମୋଦୀ କହିଛନ୍ତି, ତାଙ୍କର ତୀକ୍ଷ୍ଣ ବୁଦ୍ଧିମତା ଏବଂ ଅତୁଟ ନିର୍ଣ୍ଣୟ କ୍ଷମତା ସ୍ପଷ୍ଟ ପ୍ରତୀୟମାନ ।

ଏକ୍ସ ରେ କୋନେରୁ ହମ୍ପି କରିଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତିି:

“କୋନେରୁ ହମ୍ପି ଏବଂ ତାଙ୍କ ପରିବାରକୁ ଭେଟି ଅତ୍ୟନ୍ତ ଖୁସି । ସେ କ୍ରୀଡ଼ା କ୍ଷେତ୍ରର ଆଇକନ୍ ଏବଂ ଆଶାୟୀ କ୍ରୀଡ଼ାବିତମାନଙ୍କ ପାଇଁ ପ୍ରେରଣାର ସ୍ରୋତ । ତାଙ୍କର ତୀକ୍ଷ୍ଣ ବୁଦ୍ଧିମତା ଏବଂ ଅତୁଟ ନିର୍ଣ୍ଣୟ କ୍ଷମତା ସ୍ପଷ୍ଟ ପ୍ରତୀୟମାନ । ସେ କେବଳ ଭାରତ ପାଇଁ ଗୌରବ ଆଣିଛନ୍ତି ତାହା ନୁହେଁ, ଉତ୍କର୍ଷତା କ’ଣ ତାହା ପ୍ରତିପାଦିତ କରିଛନ୍ତି ।”

SR


(ରିଲିଜ ଆଡି: 2090265) ପରିଦର୍ଶକ କାଉଣ୍ଟର : 53