ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଣୀ ଭେଲୁ ନଚିୟାରଙ୍କ ଜୟନ୍ତୀରେ ତାଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 03 JAN 2025 10:59AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୟନ୍ତୀ ଅବସରରେ ସାହସୀ ରାଣୀ ଭେଲୁ ନଚିୟାରଙ୍କୁ ସ୍ମରଣ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଅନନ୍ୟ ବୀରତ୍ୱ ଏବଂ ରଣନୀତିକ ପ୍ରତିଭାର ପରିଚୟ ଦେଇ ଔପନିବେଶକ ଶାସନ ବିରୋଧରେ ବୀରତ୍ୱପୂର୍ଣ୍ଣ ଯୁଦ୍ଧ ଲଢ଼ିଥିଲେ ବେଲି ଶ୍ରୀ ମୋଦୀ କହିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :

“ସାହସୀ ରାଣୀ ଭେଲୁ ନଚିୟାରଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସ୍ମରଣ କରୁଛି ! ସେ ଅସାଧାରଣ ବୀରତ୍ୱ ଏବଂ ରଣନୀତିକ ପ୍ରତିଭାର ପରିଚୟ ଦେବା ସହ ଔପନିବେଶକ ଶାସନ ବିରୋଧରେ ବରତ୍ୱପୂର୍ଣ୍ଣ ଯୁଦ୍ଧ ଲଢ଼ିଥିଲେ । ସେ ପିଢ଼ୀମାନଙ୍କୁ ଉତ୍ପୀଡନ ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ସ୍ୱାଧୀନତା ପାଇଁ ଲଢ଼ିବାକୁ ପ୍ରେରିତ କରିଥିଲେ । ମହିଳା ଶସକ୍ତିକରଣକୁ ଆଗକୁ ବଢ଼ାଇବା ପାଇଁ ତାଙ୍କର ଭୂମିକାକୁ ମଧ୍ୟ ବ୍ୟାପକ ଭାବେ ପ୍ରଶଂସା କରାଯାଇଥାଏ ।”

 

SR


(रिलीज़ आईडी: 2089845) आगंतुक पटल : 79
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam