ପୋଷ୍ଟ କରାଯିବା ଦିନାଙ୍କ:
03 JAN 2025 10:57AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାବିତ୍ରୀବାଇ ଫୁଲେଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ତାଙ୍କୁ ମହିଳା ଶସକ୍ତିକରଣ କ୍ଷେତ୍ରରେ ପ୍ରେରଣାର ଉତ୍ସ ଏବଂ ଶିକ୍ଷା ତଥା ସାମାଜିକ ସଂସ୍କାର କ୍ଷେତ୍ରରେ ଅଗ୍ରଣୀ ବୋଲି ପ୍ରଶଂସା କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :
“ସାବିତ୍ରୀବାଇ ଫୁଲେଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି । ସେ ମହିଳା ଶସକ୍ତିକରଣ କ୍ଷେତ୍ରରେ ପ୍ରେରଣାର ଉତ୍ସ ଏବଂ ଶିକ୍ଷା ତଥା ସାମାଜିକ ସଂସ୍କାର କ୍ଷେତ୍ରରେ ଜଣେ ଅଗ୍ରଦୂତ । ଲୋକଙ୍କ ପାଇଁ ଏକ ଉନ୍ନତ ମାନର ଜୀବନ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବା ବେଳେ ତାଙ୍କର ଉଦ୍ୟମ ଆମକୁ ପ୍ରେରଣା ଯୋଗାଇଥାଏ ।”
SR