ପୋଷ୍ଟ କରାଯିବା ଦିନାଙ୍କ:
31 DEC 2024 1:45PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡକ୍ଟର ପିଏରେ- ସିଲ୍ଭେନ୍ ଫିଲିଓଜେଟ୍ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶେଷକରି ସାହିତ୍ୟ ଏବଂ ବ୍ୟାକରଣ କ୍ଷେତ୍ରରେ, ସଂସ୍କୃତ ଅଧ୍ୟୟନକୁ ଲୋକପ୍ରିୟ କରିବା ଦିଗରେ ତାଙ୍କର ଆଦର୍ଶ ଉଦ୍ୟମ ପାଇଁ ତାଙ୍କୁ ସ୍ମରଣ କରାଯିବ ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ଡ. ପିଏରେ- ସିଲ୍ଭେନ୍ ଫିଲିଓଜେଟ୍ଙ୍କୁ, ବିଶେଷକରି ସାହିତ୍ୟ ଏବଂ ବ୍ୟାକରଣ କ୍ଷେତ୍ରରେ ସଂସ୍କୃତ ଅଧ୍ୟୟନକୁ ଲୋକପ୍ରିୟ କରିବା ଦିଗରେ ଆଦର୍ଶ ଉଦ୍ୟମ ପାଇଁ ସ୍ମରଣ କରାଯିବ । ସେ ଭାରତ ଏବଂ ଭାରତୀୟ ସଂସ୍କୃତି ସହିତ ଗଭୀର ଭାବରେ ଜଡିତ ଥିଲେ । ତାଙ୍କର ବିୟୋଗରେ ଗଭୀର ଦୁଖିଃତ । ଦୁଃଖର ଏହି ସମୟରେ ତାଙ୍କର ପରିବାର ଏବଂ ବନ୍ଧୁମାନଙ୍କ ସହ ମୋର ସମବେଦନା ରହିଛି ।
SR