ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ତୈଳ କ୍ଷେତ୍ର (ବିନୟମନ ଏବଂ ବିକାଶ) ଅଧିନିୟମ ୧୯୪୮ର ପ୍ରସ୍ତାବିତ ସଂଶୋଧନ ଗୃହୀତ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
Posted On:
03 DEC 2024 7:12PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ତେଲ କ୍ଷେତ୍ର (ବିନିୟମନ ଏବଂ ବିକାଶ) ଅଧିନିୟମ ୧୯୪୮ର ପ୍ରସ୍ତାବିତ ସଂଶୋଧନ ଗୃହୀତ ହୋଇଥିବାରୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତିି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆଇନ, ଯାହାକି ଶକ୍ତି କ୍ଷେତ୍ରରେ ସୁରକ୍ଷା ବଢ଼ାଇବା ସହ ସମୃଦ୍ଧ ଭାରତ ପାଇଁ ଯୋଗଦାନ ଦେବ ।
ଏକ୍ସ ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ କରିଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:
“ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆଇନ, ଯାହାକି ଶକ୍ତି କ୍ଷେତ୍ରରେ ସୁରକ୍ଷା ବଢ଼ାଇବା ସହ ସମୃଦ୍ଧ ଭାରତ ପାଇଁ ଯୋଗଦାନ ଦେବ ।”
SR
(Release ID: 2080415)
Visitor Counter : 7