ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କ ଭାରତୀୟ ତଥା ପ୍ରଧାନମନ୍ତ୍ରୀଙ୍କ ଏକାଦଶ କ୍ରିକେଟ୍ ଦଳ ସହ ସାକ୍ଷାତକୁ ନେଇ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 28 NOV 2024 6:50PM by PIB Bhubaneshwar

ଆଜି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍‌ବାନିସ୍‌ଙ୍କର ଭାରତୀୟ ତଥା ପ୍ରଧାନମନ୍ତ୍ରୀଙ୍କ ଏକାଦଶ କ୍ରିକେଟ୍ ଦଳ ସହ ସାକ୍ଷାତକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ଅଷ୍ଟ୍ରେଲିଆରେ ଚାଲିଥିବା ଟେଷ୍ଟ ମ୍ୟାଚ୍ ସିରିଜ୍‌ରେ ଉତ୍ସାହଜନକ ଆରମ୍ଭ ପାଇଁ ଶ୍ରୀ ମୋଦୀ ଭାରତୀୟ କ୍ରିକେଟ ଖେଳାଳୀମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍‌ବାନିସ୍‌ଙ୍କ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି :

“ମୋର ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ଅଲ୍‌ବୋଏମ୍‌ପିଙ୍କୁ ଭାରତୀୟ ଏବଂ ପ୍ରଧାନମନ୍ତ୍ରୀଙ୍କ ଏକାଦଶ ଦଳ ସହିତ ଦେଖି ଖୁସି ହେଲି ।

ଭାରତୀୟ ଦଳ ଏହି ସିରିଜରେ ଏକ ଉତ୍ସାହଜନକ ଆରମ୍ଭ କରିଛି ଏବଂ ୧.୪ ବିଲିୟନ ଭାରତୀୟ ମେନ୍ ଇନ୍ ବ୍ଲ୍ୟୁଙ୍କୁ ସମର୍ଥନ କରୁଛନ୍ତି ।

ମୁଁ ଆଗକୁ ଏକ ରୋମାଞ୍ଚକର ଖେଳକୁ ଅପେକ୍ଷା କରିଛି ।”

 

SR    


(रिलीज़ आईडी: 2078824) आगंतुक पटल : 41
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam