ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କ ଭାରତୀୟ ତଥା ପ୍ରଧାନମନ୍ତ୍ରୀଙ୍କ ଏକାଦଶ କ୍ରିକେଟ୍ ଦଳ ସହ ସାକ୍ଷାତକୁ ନେଇ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 NOV 2024 6:50PM by PIB Bhubaneswar
ଆଜି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍ବାନିସ୍ଙ୍କର ଭାରତୀୟ ତଥା ପ୍ରଧାନମନ୍ତ୍ରୀଙ୍କ ଏକାଦଶ କ୍ରିକେଟ୍ ଦଳ ସହ ସାକ୍ଷାତକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ଅଷ୍ଟ୍ରେଲିଆରେ ଚାଲିଥିବା ଟେଷ୍ଟ ମ୍ୟାଚ୍ ସିରିଜ୍ରେ ଉତ୍ସାହଜନକ ଆରମ୍ଭ ପାଇଁ ଶ୍ରୀ ମୋଦୀ ଭାରତୀୟ କ୍ରିକେଟ ଖେଳାଳୀମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।
ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍ବାନିସ୍ଙ୍କ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି :
“ମୋର ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ଅଲ୍ବୋଏମ୍ପିଙ୍କୁ ଭାରତୀୟ ଏବଂ ପ୍ରଧାନମନ୍ତ୍ରୀଙ୍କ ଏକାଦଶ ଦଳ ସହିତ ଦେଖି ଖୁସି ହେଲି ।
ଭାରତୀୟ ଦଳ ଏହି ସିରିଜରେ ଏକ ଉତ୍ସାହଜନକ ଆରମ୍ଭ କରିଛି ଏବଂ ୧.୪ ବିଲିୟନ ଭାରତୀୟ ମେନ୍ ଇନ୍ ବ୍ଲ୍ୟୁଙ୍କୁ ସମର୍ଥନ କରୁଛନ୍ତି ।
ମୁଁ ଆଗକୁ ଏକ ରୋମାଞ୍ଚକର ଖେଳକୁ ଅପେକ୍ଷା କରିଛି ।”
SR
(ରିଲିଜ ଆଡି: 2078824)
ପରିଦର୍ଶକ କାଉଣ୍ଟର : 50
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam