ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମୌଲାନା ଆଜାଦଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Posted On: 11 NOV 2024 9:24AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୌଲାନା ଆଜାଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ତାଙ୍କୁ ଜ୍ଞାନର ପ୍ରତୀକ ବୋଲି କହିବା ସହ ଦେଶର ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା ପାଇଁ ପ୍ରଶଂସା କରିଥିଲେ ।

ଏକ୍ସରେ ଏକ ପୋଷ୍ଟରେ ସେ କହିଥିଲେ :

“ମୌଲାନା ଆଜାଦଙ୍କ ଜୟନ୍ତୀ ଅବସରରେ ଆମେ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ଜ୍ଞାନର ପ୍ରତୀକ ଭାବରେ ଏବଂ ସ୍ୱାଧୀନତା ସଂଗ୍ରାମରେ ଭୂମିକା ପାଇଁ ତାଙ୍କୁ ସ୍ମରଣ କରାଯାଇଥାଏ । ସେ ଜଣେ ଗଭୀର ଚିନ୍ତକ ଏବଂ ପ୍ରବୀଣ ଲେଖକ ମଧ୍ୟ ଥିଲେ । ଏକ ବିକଶିତ ତଥା ସଶକ୍ତ ଭାରତ ପାଇଁ ତାଙ୍କ ଦୃଷ୍ଟିକୋଣରୁ ଆମେ ପ୍ରେରିତ ହେଉଛୁ ।”

 

SR     


(Release ID: 2078245) Visitor Counter : 42