ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜର୍ଜଟାଉନରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ଗୁୟାନାର ରାଷ୍ଟ୍ରପତି
Posted On:
20 NOV 2024 11:18AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ନଭେମ୍ବରର ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୁୟାନା ଗସ୍ତ ଅବସରରେ ଆଜି ଜର୍ଜଟାଉନରେ ପହଞ୍ଚିଛନ୍ତି । ୫୬ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗୁୟାନା ଗସ୍ତ । ଏକ ବିଶେଷ ସଦଭାବନା ଭାବେ ବିମାନବନ୍ଦରରେ ଗୁୟାନା ରାଷ୍ଟ୍ରପତି ଡ. ମହମ୍ମଦ ଇରଫାନ ଅଲ୍ଲୀ ଏବଂ ଗୁୟାନାର ପ୍ରଧାନମନ୍ତ୍ରୀ ବ୍ରିଗେଡିୟର (ଅବସରପ୍ରାପ୍ତ) ମାର୍କ ଆନ୍ଥୋନି ଫିଲିପ୍ସ ଶ୍ରୀ ମୋଦୀଙ୍କୁ ରାଜକୀୟ ସ୍ୱାଗତ କରିଥିଲେ । ଏହି ଅବସରରେ ଗୁୟାନା ମନ୍ତ୍ରିମଣ୍ଡଳର ଏକ ଡଜନରୁ ଅଧିକ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।
ହୋଟେଲରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ମାତ୍ରେ ତାଙ୍କୁ ଗୁୟାନା ରାଷ୍ଟ୍ରପତି ଅଲ୍ଲୀଙ୍କ ସମେତ ବାର୍ବାଡୋସର ପ୍ରଧାନମନ୍ତ୍ରୀ ମିଆ ଅମର ମୋଟଲେ ଏବଂ ଗ୍ରେନାଡାର ପ୍ରଧାନମନ୍ତ୍ରୀ ଡିକେନ ମିଚେଲ ସ୍ୱାଗତ କରିଥିଲେ । ଏଥିସହ ଗୁୟାନା ମନ୍ତ୍ରିମଣ୍ଡଳର ଅନେକ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଭାରତୀୟ ସମୁଦାୟ ଏବଂ ଭାରତ-ଗୁୟାନା ସମୁଦାୟଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିମାନବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ ଶ୍ରୀ ମୋଦୀଙ୍କ ସ୍ୱାଗତ ବେଳେ ଗୁୟାନା ସରକାରଙ୍କ ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ । ଭାରତ-ଗୁୟାନା ଘନିଷ୍ଠ ମିତ୍ରତାର ପ୍ରମାଣ ସ୍ୱରୂପ ଜର୍ଜଟାଉନର ମେୟର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ‘ଜର୍ଜଟାଉନ ସହରର ଚାବି’ ହସ୍ତାନ୍ତର କରିଥିଲେ ।
*********
SR
(Release ID: 2075097)
Visitor Counter : 5
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Gujarati
,
Tamil
,
Telugu
,
Kannada
,
Malayalam