ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ
କେନ୍ଦ୍ର ମନ୍ତ୍ରୀ ପ୍ରହଲାଦ ଜୋଶୀ ୨୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ମାଇଲ୍ଖୁଣ୍ଟ ହାସଲ ସମ୍ମାନରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ବାଲୁକା କଳାକୃତି ଶେୟାର କଲେ
Posted On:
15 NOV 2024 9:52AM by PIB Bhubaneshwar
କେନ୍ଦ୍ର ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହଲାଦ ଜୋଶୀ ଓଡ଼ିଶାର ପୁରୀ ବେଳାଭୂମିରେ ଜଣାଶୁଣା ବାଲୁକା ଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ କାଳକୃତିକୁ ଶେୟାର କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଯୋଶୀ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, “ନବୀକରଣ ଯୋଗ୍ୟ ଶକ୍ତିରେ ୨୦୦ ଗିଗାୱାଟ୍ କ୍ଷମତାର ମାଇଲଖୁଣ୍ଟ ଅତିକ୍ରମ କରିବାର ଭାରତର ଉଲ୍ଲେଖନୀୟ ସଫଳତାର ସମ୍ମାନ ! @sudarsansand #RenewablesPeChintan #REChintanShivir "
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପଞ୍ଚାମୃତ’ ଲକ୍ଷ୍ୟ ଅନୁଯାୟୀ ଅକ୍ଟୋବରରେ ଅକ୍ଷୟ ଶକ୍ତିରେ ଭାରତ ୨୦୦ ଗିଗାୱାଟ୍ର ମାଇଲ୍ଖୁଣ୍ଟ ହାସଲ କରିଛି । ଏହି ଉଲ୍ଲେଖନୀୟ ଅଭିବୃଦ୍ଧି ୨୦୩୦ ସୁଦ୍ଧା ଅଣ-ଜୀବାଶ୍ମ ଉତ୍ସରୁ ୫୦୦ ଗିଗାୱାଟ୍ ହାସଲ କରିବାର ଦେଶର ଉଚ୍ଚକୋଟୀର ଅକ୍ଷୟ ଶକ୍ତି ଲକ୍ଷ୍ୟ ସହିତ ଅନୁରୂପ ରହିଛି ।
SR
(Release ID: 2073721)
Visitor Counter : 14