ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ସରକାର ପ୍ରଥମ ମହିଳା ସିଆଇଏସଏଫ ବାଟାଲିୟନକୁ ଅନୁମୋଦନ କରିଛନ୍ତି: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ


ରାଷ୍ଟ୍ର ନିର୍ମାଣର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ସ୍ୱରୂପ ମୋଦୀ ସରକାର ସିଆଇଏସଏଫର ପ୍ରଥମ ମହିଳା ବାଟାଲିୟନ ପ୍ରତିଷ୍ଠାକୁ ମଞ୍ଜୁର କରିଛନ୍ତି


ବିମାନବନ୍ଦର ଓ ମେଟ୍ରୋ ରେଳ ଭଳି ଦେଶର ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ତଥା କମାଣ୍ଡୋ ଭାବେ ଭିଆଇପି ସୁରକ୍ଷା ଯୋଗାଇଦେବା ଦାୟିତ୍ବ ମହିଳା ବାଟାଲିୟନ ବହନ କରିବ


ଏହି ନିଷ୍ପତ୍ତି ନିଶ୍ଚିତ ଭାବରେ ଦେଶକୁ ସୁରକ୍ଷା ଦେବାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ଅଧିକ ମହିଳାଙ୍କ ଆକାଂକ୍ଷା ପୂରଣ କରିବ

Posted On: 13 NOV 2024 3:27PM by PIB Bhubaneshwar

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ)ର ପ୍ରଥମ ମହିଳା ବାଟାଲିୟନକୁ ସରକାର ଅନୁମୋଦନ କରିଛନ୍ତି।

ଶ୍ରୀ ଅମିତ ଶାହ କହିଛନ୍ତି, ରାଷ୍ଟ୍ର ନିର୍ମାଣର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ସ୍ୱରୂପ ମୋଦୀ ସରକାର ସିଆଇଏସଏଫର ପ୍ରଥମ ମହିଳା ବାଟାଲିୟନ ପ୍ରତିଷ୍ଠାକୁ ମଞ୍ଜୁର କରିଛନ୍ତି । ବିମାନବନ୍ଦର ଓ ମେଟ୍ରୋ ରେଳ ଭଳି ଦେଶର ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ଏବଂ କମାଣ୍ଡୋ ଭାବେ ଭିଆଇପି ସୁରକ୍ଷା ଯୋଗାଇଦେବା ଦାୟିତ୍ବ ମହିଳା ବାଟାଲିୟନ ବହନ କରିବ। ଏହି ନିଷ୍ପତ୍ତି ନିଶ୍ଚିତ ଭାବରେ ଦେଶର ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ଅଧିକ ମହିଳାଙ୍କ ଆକାଂକ୍ଷା ପୂରଣ କରିବ।

କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରେ ଦେଶ ସେବା କରିବାକୁ ଚାହୁଁଥିବା ମହିଳାମାନଙ୍କ ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଏକ ପସନ୍ଦ ହୋଇଛି । ବର୍ତ୍ତମାନ ସିଆଇଏସଏଫରେ ମହିଳାଙ୍କ ସଂଖ୍ୟା ୭ ପ୍ରତିଶତରୁ ଅଧିକ ରହିଛି । ମହିଳା ବାଟାଲିୟନ ଯୋଡ଼ିବା ଦ୍ୱାରା ସାରା ଦେଶରେ ଅଧିକ ଆଶାୟୀ ଯୁବତୀମାନେ ସିଆଇଏସଏଫରେ ଯୋଗ ଦେଇ ଦେଶର ସେବା କରିବାକୁ ଉତ୍ସାହିତ ହେବେ । ଏହା ସିଆଇଏସଏଫରେ ମହିଳାମାନଙ୍କୁ ଏକ ନୂଆ ପରିଚୟ ଦେବ ।

ସିଆଇଏସଏଫ ମୁଖ୍ୟାଳୟ ନୂଆ ବାଟାଲିୟନର ମୁଖ୍ୟାଳୟ ପାଇଁ ଶୀଘ୍ର ନିଯୁକ୍ତି, ପ୍ରଶିକ୍ଷଣ ଏବଂ ସ୍ଥାନ ଚୟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଭିଆଇପି ସୁରକ୍ଷା ଏବଂ ବିମାନବନ୍ଦର, ଦିଲ୍ଲୀ ମେଟ୍ରୋ ରେଳ ସୁରକ୍ଷାରେ କମାଣ୍ଡୋ ଭାବରେ ବହୁମୁଖୀ ଭୂମିକା ନିର୍ବାହ କରିବାରେ ସକ୍ଷମ ଏକ ଏଲିଟ୍ ବାଟାଲିୟନ ଗଠନ କରିବା ପାଇଁ ଏହି ପ୍ରଶିକ୍ଷଣ ବିଶେଷ ଭାବରେ ଡିଜାଇନ୍ କରାଯାଇଛି।

୫୩ତମ ସିଆଇଏସଏଫ ଦିବସ ସମାରୋହ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ ସିଆଇଏସଏଫରେ ସମସ୍ତ ମହିଳା ବାଟାଲିୟନ ଗଠନ ପାଇଁ ପ୍ରସ୍ତାବ ଆରମ୍ଭ ହୋଇଥିଲା ।

 

BS


(Release ID: 2073047) Visitor Counter : 37