ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସାମୂହିକ ପ୍ରଚେଷ୍ଟା ଯୋଗୁ ସ୍ଥାୟୀ ଫଳ ମିଳିଥାଏ, ଯାହା ସ୍ୱଚ୍ଛତା ଏବଂ ଆର୍ଥିକ ବିବେକକୁ ପ୍ରୋତ୍ସାହିତ କରିଥାଏ: ପ୍ରଧାନମନ୍ତ୍ରୀ
୨୩୬୪ କୋଟି ଟଙ୍କାର ରାଜସ୍ୱ ବୃଦ୍ଧି କରିଥିବାରୁ ସ୍ୱତନ୍ତ୍ର ଅଭିଯାନ ୪.୦ କୁ ଶ୍ରୀ ମୋଦୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
10 NOV 2024 1:07PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ସବୁଠାରୁ ବଡ଼ ଅଭିଯାନ ସ୍ୱତନ୍ତ୍ର ଅଭିଯାନ ୪.୦ କୁ ପ୍ରଶଂସା କରିଛନ୍ତି, ଯେଉଁଥିରେ କେବଳ ସ୍କ୍ରାପକୁ ବିକ୍ରି କରି ୨୩୬୪ କୋଟି ଟଙ୍କା (୨୦୨୧ ପରଠାରୁ) ରାଜ୍ୟ ରାଜସ୍ୱକୁ ଆସିପାରିଛି । ସେ ଏହା ଉଲ୍ଲେଖ କରିଛନ୍ତି, ସାମୂହିକ ପ୍ରଚେଷ୍ଟା ଦ୍ୱାରା ସ୍ଥାୟୀ ଫଳ ମିଳିପାରେ, ଯାହାକି ଉଭୟ ସ୍ୱଚ୍ଛତା ଓ ଆର୍ଥିକ ବିବେକକୁ ପ୍ରୋତ୍ସାହିତ କରିବ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ଏକ୍ସ ରେ କରାଯାଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ପ୍ରଶଂସନୀୟ!
କୁଶଳ ପରିଚାଳନା ଓ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଉପରେ ଧ୍ୟାନ କେନ୍ଦ୍ରିତ କରି ଏହି ପ୍ରଚେଷ୍ଟା ଦ୍ୱାରା ଅତି ଉତ୍ତମ ଫଳ ମିଳିପାରିଛି । ଏହା ଦର୍ଶାଉଛି କି ସାମୂହିକ ପ୍ରଚେଷ୍ଟା ଦ୍ୱାରା କିପରି ସ୍ଥାୟୀ ଫଳ ମିଳିପାରେ ଏବଂ ଯାହାଦ୍ୱାରା ଉଭୟ ସ୍ୱଚ୍ଛତା ଓ ଆର୍ଥିକ ବିବେକକୁ ପ୍ରୋତ୍ସାହନ ମିଳିପାରିବ”
SR
(ରିଲିଜ ଆଡି: 2072258)
ପରିଦର୍ଶକ କାଉଣ୍ଟର : 62
ଏହି ରିଲିଜ ପଢନ୍ତୁ :
Marathi
,
English
,
Urdu
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam