ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଲାଇଭ୍ ଚେସ୍ ରେଟିଙ୍ଗରେ ୨୮୦୦ ମାର୍କ ଅତିକ୍ରମ କରିଥିବାରୁ ଅର୍ଜୁନ ଏରିଗାଇସିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

प्रविष्टि तिथि: 27 OCT 2024 11:08AM by PIB Bhubaneshwar

 

ଲାଇଭ ଚେସ୍ ରେଟିଙ୍ଗରେ ୨୮୦୦ ମାର୍କ ଅତିକ୍ରମ କରିଥିବାରୁ ଭାରତୀୟ ଚେସ୍ ଗ୍ରାଣ୍ଡ ମାଷ୍ଟର ଅର୍ଜୁନ ଏରିଗାଇସିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଦି ଶୁଭେଚ୍ଛା ଜଣାଇଛନ୍ତି

ଶ୍ରୀ ମୋଦୀ ମଧ୍ୟ ତାଙ୍କର ଅସାଧାରଣ ଦକ୍ଷତା ଏବଂ ଦୃଢ଼ତା ଭାରତକୁ ଗର୍ବିତ କରିଥିବାରୁ ତାହାକୁ ପ୍ରଶଂସା କରିବା ସହ ଏହା ଅନେକ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

ଲାଇଭ ଚେସ୍ ରେଟିଙ୍ଗରେ ୨୮୦୦ ମାର୍କ ଅତିକ୍ରମ କରିଥିବାରୁ ଅର୍ଜୁନ ଏରିଗାଇସିଙ୍କୁ ଶୁଭେଚ୍ଛା! ଏହା ଏକ ଅଭୂତପୂର୍ବ ସଫଳତା ତାଙ୍କର ଅସାଧାରଣ ଦକ୍ଷତା ଏବଂ ଦୃଢ଼ତା ଆମର ସମଗ୍ର ରାଷ୍ଟ୍ରକୁ ଗର୍ବିତ କରିଛି ଏହା ମଧ୍ୟ ବ୍ୟକ୍ତିଗତ ଭାବେ ଏକ ମାଇଲଖୁଣ୍ଟ ଏହା ମଧ୍ୟ ଅନେକ ଯୁବ ପିଢ଼ିଙ୍କୁ ଚେସ୍ ଖେଳିବା ସହିତ ବିଶ୍ୱ ମଞ୍ଚରେ ସଫଳ ହେବାକୁ ପ୍ରେରଣା ଯୋଗାଇବ ଭବିଷ୍ୟତର ସଫଳତା ପାଇଁ ତାଙ୍କୁ ବହୁତ ବହୁତ ଶୁଭେଚ୍ଛା

SR


(रिलीज़ आईडी: 2068767) आगंतुक पटल : 64
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam