ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇରାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 22 OCT 2024 10:25PM by PIB Bhubaneshwar

କାଜାନଠାରେ ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଆଜି ଇରାନର ରାଷ୍ଟ୍ରପତି ଡ. ମାସୁଦ ପେଜେସ୍କିଆନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି ।

ଇରାନର ନବମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଡ. ମାସୁଦ ପେଜେସ୍କିଆନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ବ୍ରିକ୍ସ ପରିବାରରେ ଇରାନ ସାମିଲ ହୋଇଥିବାରୁ ସେ ମଧ୍ୟ ସ୍ୱାଗତ କରିଥିଲେ । ଦ୍ୱିପାକ୍ଷିକ ସମ୍ପର୍କର ଉଭୟ ସମୀକ୍ଷା କରିବା ସହ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା କରିଥିଲେ । ଚାବାହାର ବନ୍ଦର ଉପରେ ଦୀର୍ଘକାଳୀନ ଚୁକ୍ତିନାମା ଦ୍ୱିପାକ୍ଷିକ ସମ୍ପର୍କର ଏକ ମାଇଲଖୁଣ୍ଟ ବୋଲି ଉଭୟ ନେତା ଉଲ୍ଲେଖ କରିଥିଲେ । ଆଫଗାନିସ୍ତାନର ପୁନର୍ଗଠନ ଓ ପୁନର୍ବିକାଶ ଏବଂ କେନ୍ଦ୍ର ଏସିଆ ସହ ବାଣିଜ୍ୟ ଓ ଆର୍ଥିକ ସମ୍ପର୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ଦୁଇ ନେତା ସହମତ ହୋଇଥିଲେ ।

ପଶ୍ଚିମ ଏସିଆ ସହ ଆଞ୍ଚଳିକ ବିକାଶ ଉପରେ ଦୁଇ ନେତା ମତ ବିନିମୟ କରିଥିଲେ । ବିବାଦ ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ଗଭୀର ଉଦବେଗ ପ୍ରକାଶ କରିବା ସହ ଉତ୍ତେଜନା ହ୍ରାସ ପାଇଁ ଭାରତର ଆହ୍ୱାନକୁ ଦୋହରାଇଥିଲେ । ନାଗରିକଙ୍କ ସୁରକ୍ଷା ଏବଂ ବିବାଦର ସମାଧାନ ଦିଗରେ କୂଟନୀତିର ଭୂମିକାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ବ୍ରିକ୍ସ ଓ ଏସସିଓ ଭଳି ବିଭିନ୍ନ ବହୁପକ୍ଷୀୟ ମଞ୍ଚରେ ସହଯୋଗ ଜାରି ରଖିବାକୁ ଉଭୟ ନେତା ସହମତ ହୋଇଥିଲେ । ଶୀଘ୍ର ଭାରତ ଗସ୍ତରେ ଆସିବାକୁ ରାଷ୍ଟ୍ରପତି ପେଜେସ୍କିଆନଙ୍କୁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ ଜଣାଇଥିଲେ । ନିମନ୍ତ୍ରଣଙ୍କୁ ରାଷ୍ଟ୍ରପତି ପେଜେସ୍କିଆନ ଗ୍ରହଣ କରିଥିଲେ ।

SR


(Release ID: 2067230) Visitor Counter : 61