ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରୁଷ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
Posted On:
22 OCT 2024 10:32PM by PIB Bhubaneshwar
କାଜାନ ଠାରେ ଆଜି ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ଚଳିତ ବର୍ଷ ଏହା ସେମାନଙ୍କର ଦ୍ୱିତୀୟ ସାକ୍ଷାତ । ଏହା ପୂର୍ବରୁ ୨୦୨୪ ଜୁଲାଇ ମାସରେ ମସ୍କୋଠାରେ ୨୨ତମ ବାର୍ଷିକ ଶିଖର ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ଭେଟ ହୋଇଥିଲା ।
ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀକୁ ଆମନ୍ତ୍ରଣ କରିଥିବାରୁ ରାଷ୍ଟ୍ରପତି ପୁତିନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ସେ ବ୍ରିକ୍ସରେ ରୁଷର ଅଧ୍ୟକ୍ଷତାକୁ ପ୍ରଶଂସା କରିଥିଲେ । ବହୁପକ୍ଷୀୟ ସୁଦୃଢ଼ତା, ଶତତ ବିକାଶକୁ ଆଗେଇନେବା ଏବଂ ବୈଶ୍ୱିକ ପ୍ରଶାସନିକ ସଂସ୍କାର ସପକ୍ଷରେ ରୁଷର ପ୍ରଚେଷ୍ଟାକୁ ମଧ୍ୟ ପ୍ରଶଂସା କରିଥିଲେ । ଦୁଇ ନେତା ରାଜନୈତିକ, ଆର୍ଥିକ, ପ୍ରତିରକ୍ଷା, ଶକ୍ତି ଏବଂ ଲୋକଙ୍କ ସହ ଲୋକଙ୍କ ସମ୍ପର୍କ ରକ୍ଷା ଆଦି କ୍ଷେତ୍ରରେ ପାରସ୍ପରିକ ସହଯୋଗର ସମୀକ୍ଷା କରିଥିଲେ । ଆଗାମୀ ଦିନରେ ହେବାକୁ ଥିବା ବାଣିଜ୍ୟ, ଆର୍ଥିକ ଓ ସାଂସ୍କୃତିକ ବ୍ୟାପାର ଭାରତ-ରୁଷିଆ ଆନ୍ତଃ ସରକାରୀ କମିଶନ ବୈଠକକୁ ସେମାନେ ସ୍ୱାଗତ କରିଥିଲେ । ନୂଆଦିଲ୍ଲୀରେ ୨୦୨୪ ନଭେମ୍ବରରେ ଏହି ବୈଠକ ହେବ ।
ବହୁପକ୍ଷୀୟ ମଞ୍ଚ, ବିଶେଷ କରି ବ୍ରିକ୍ସ ଅବସରରେ ଭାରତ-ରୁଷ୍ର ଭାଗିଦାରୀତା ଉପରେ ନେତାମାନେ ମତ ବିନିମୟ କରିଥିଲେ । ଏବେ ଚାଲିଥିବା ୟୁକ୍ରେନ ଯୁଦ୍ଧ ସହ ପାରସ୍ପରିକ ସ୍ୱାର୍ଥ ଥିବା ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ଉଭୟ ନେତା ମତ ବିନିମୟ କରିଥିଲେ । ବିବାଦର ସମାଧାନ କେବଳ ଆଲୋଚନା ଓ କୂଟନୀତି ମାଧ୍ୟମରେ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୋହରାଇଥିଲେ ।
ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଓ ବିଶେଷ ରଣନୀତିକ ଭାଗିଦାରୀତାକୁ ଅଧିକ ସୁଦୃଢ଼ କରିବା ଉପରେ ଦୁଇ ନେତା ସହମତ ହୋଇଥିଲେ । ଯାହାକି ବର୍ତ୍ତମାନର ଭୂ-ରାଜନୈତିକ ଅନିଶ୍ଚିତତା ମଧ୍ୟରେ ନମନୀୟତା ଦେଖାଉଛି ଏବଂ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରୁଛି ।
୨୩ତମ ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ଭାରତ ଆସିବାକୁ ରାଷ୍ଟ୍ରପତି ପୁତିନଙ୍କୁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ ଜଣାଇଥିଲେ ।
SR
(Release ID: 2067229)
Visitor Counter : 37
Read this release in:
English
,
Urdu
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam