ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ରାମବିଳାସ ପାଶ୍ୱାନଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 08 OCT 2024 2:09PM by PIB Bhubaneshwar

ଶ୍ରୀ ରାମବିଳାସ ପାଶ୍ୱାନ ଜୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀ ରାମବିଳାସ ପାଶ୍ୱାନ ଜୀ ଜଣେ ଅସାଧାରଣ ନେତା ଥିଲେ । ଏକ ଦୃଢ଼ ଓ ବିକାଶିତ ଭାରତ ଗଠନ ସହ ଗରିବଙ୍କୁ ସଶକ୍ତ କରିବା ଦିଗରେ ସେ ନିଜକୁ ଉତ୍ସର୍ଗ କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ମୋର ପ୍ରିୟବନ୍ଧୁ ତଥା ଭାରତର ଜଣେ ପ୍ରମୁଖ ନେତା ଶ୍ରୀ ରାମ ବିଳାସ ପାଶ୍ୱାନ ଜୀଙ୍କୁ ତାଙ୍କ ଜନ୍ମ ତିଥିରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସେ ଜଣେ ଅସାଧାରଣ ନେତା ଥିଲେ ଏବଂ ଦୃଢ଼ ତଥା ବିକଶିତ ଭାରତ ଗଠନ ସହ ଗରିବଙ୍କୁ ସଶକ୍ତ କରିବା ଦିଗରେ ସେ ନିଜକୁ ଉତ୍ସର୍ଗ କରିଥିଲେ । ଅନେକ ବର୍ଷ ତାଙ୍କ ସହ କାମ କରିବାର ସୁଯୋଗ ମିଳିବା ମୋର ସୌଭାଗ୍ୟ । ଅନେକ ପ୍ରସଙ୍ଗରେ ତାଙ୍କ ଦୂରଦୃଷ୍ଟିକୁ ମୁଁ ଏବେ ବହୁତ ମନେ ପକାଉଛି ।”

SR



(Release ID: 2063184) Visitor Counter : 20