ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭିକ୍କୁ ସଂଘର ସଦସ୍ୟ ଏବଂ ପାଲି ଓ ମରାଠୀକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଲେ
प्रविष्टि तिथि:
05 OCT 2024 9:22PM by PIB Bhubaneswar
ମୁମ୍ବାଇ ଭିକ୍କୁ ସଂଘର ସଦସ୍ୟମାନେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀଙ୍କୁ ସାକ୍ଷାତ କରିଥିଲେ ଏବଂ ପାଲି ଏବଂ ମରାଠୀକୁ ଶାସ୍ତ୍ରୀୟଭାଷାର ମାନ୍ୟତା ପ୍ରଦାନ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତିରେ ଖୁସି ବ୍ୟକ୍ତକରିଛନ୍ତି ।
ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ମୁମ୍ବାଇ ଭିକ୍କୁ ସଂଘର ସଦସ୍ୟମାନେ ମୋତେ ଭେଟି ପାଲି ଏବଂମରାଠୀକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିବାକୁ କ୍ୟାବିନେଟ୍ନିଷ୍ପତ୍ତିରେ ଆନନ୍ଦ ପ୍ରକାଶ କରିଥିଲେ । ସେମାନେ ବୌଦ୍ଧ ଧର୍ମ ସହପାଲି ଭାଷାର ଦୃଢ଼ ସଂଯୋଗକୁ ମନେ ପକାଇଲେ ଏବଂ ଆଗାମୀଦିନରେ ଅଧିକ ଯୁବପିଢ଼ୀ ପାଲି ବିଷୟରେ ଜାଣିବେ ବୋଲିଆତ୍ମବିଶ୍ୱାସ ପ୍ରକାଶ କରିଥିଲେ ।”
SR
(रिलीज़ आईडी: 2062628)
आगंतुक पटल : 86
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam