ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ



ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଜନସାଧାରଣଙ୍କୁ ଆହ୍ୱାନ କଲେ

Posted On: 02 OCT 2024 9:39AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ଯୁବ ପିଢ଼ିଙ୍କ ସହ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଛନ୍ତି । ସ୍ୱଚ୍ଛ ଭାରତ ମିଶନକୁ ସଫଳ କରିବାକୁ ଆଜି ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଜନସାଧାରଣଙ୍କୁ ମଧ୍ୟ ଶ୍ରୀ ମୋଦୀ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଆଜି ଗାନ୍ଧୀ ଜୟନ୍ତୀ, ମୋ ଯୁବ ବନ୍ଧୁମାନଙ୍କ ସହ ମୁଁ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମରେ ଭାଗ ନେଲି । ସ୍ୱଚ୍ଛ ଭାରତ ମିଶନକୁ ସୁଦୃଢ଼ କରିବାକୁ ଆଜିର ଦିନରେ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଁ ଆପଣ ସମସ୍ତଙ୍କୁ ମଧ୍ୟ ଅନୁରୋଧ କରୁଛି । #10YearsofSwachhBharat” 

SR/Swadhin



(Release ID: 2061043) Visitor Counter : 29