ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୂର୍ବତନ ବିଧାୟିକା ଶ୍ରୀମତୀ ସୂର୍ଯ୍ୟାକାନ୍ତା ବ୍ୟାସଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 25 SEP 2024 7:42PM by PIB Bhubaneswar

 

ରାଜସ୍ଥାନ ସୁରସାଗରର ପୂର୍ବତନ ବିଧାୟିକା ଶ୍ରୀମତୀ ସୂର୍ଯ୍ୟକାନ୍ତା ବ୍ୟାସଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ରାଜସ୍ଥାନର ସୁରସାଗରରେ ତାଙ୍କର ଜନକଲ୍ୟାଣ କାର୍ଯ୍ୟ ପାଇଁ ସେ ସବୁଦିନ ମନେ ରହିବେ ବୋଲି ଶ୍ରୀ ମୋଦୀ କହିଛନ୍ତି

ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ରାଜସ୍ଥାନର ସୁରସାଗରର ପୂର୍ବତନ ବିଧାୟିକା ତଥା ବିଜେପିର ବରିଷ୍ଠ ନେତ୍ରୀ ଶ୍ରୀମତୀ ସୂର୍ଯ୍ୟକାନ୍ତା ବ୍ୟାସ ଜୀଙ୍କ ପରଲୋକରେ ଅତ୍ୟନ୍ତ ଦୁଃଖିତ ଉକ୍ତ ଅଞ୍ଚଳରେ ଜନକଲ୍ୟାଣ କାର୍ଯ୍ୟ ପାଇଁ ସେ ସବୁଦିନେ ମନେ ରହିବେ ନିକଟରେ ଯୋଧପୁର ଗସ୍ତ ଅବସରରେ ତାଙ୍କ ସହ ମିଶିବାର ସୁଯୋଗ ମିଳିଥିଲା ସେ ବିମାନବନ୍ଦର ଆସି ମୋତେ ଆଶୀର୍ବାଦ ଦେଇଥିଲେ ଦୁଃଖର ଏହି ସମୟରେ ତାଙ୍କ ପ୍ରଶଂସକ ପରିଜନଙ୍କ ପ୍ରତି ମୋର ସମବେଦନା ଜ୍ଞାପନ କରୁଛି ଓମ୍ ଶାନ୍ତି!”

SR


(ରିଲିଜ ଆଡି: 2058817) ପରିଦର୍ଶକ କାଉଣ୍ଟର : 61