ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅନୁରା କୁମାର ଦିସାନାୟକେଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Posted On: 23 SEP 2024 12:11AM by PIB Bhubaneshwar

ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅନୁରା କୁମାର ଦିସାନାୟକେଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ବହୁମୁଖୀ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ଶ୍ରୀଲଙ୍କା ସହ କାର୍ଯ୍ୟ କରିବାକୁ ଶ୍ରୀ ମୋଦୀ ଆଶା ପ୍ରକାଶ କରିଥିଲେ ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:

“ଅଭିନନ୍ଦନ @anuradisanayake ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ । ଭାରତର ପଡ଼ୋଶୀ ପ୍ରଥମ ନୀତି ଏବଂ ଭିଜନ ସାଗରରେ ଶ୍ରୀଲଙ୍କାର ସ୍ଥାନ ଗୁରୁତ୍ୱପୂର୍ଣ୍ଣ । ଆମ ଜନସାଧାରଣ ଓ ସମଗ୍ର ଅଞ୍ଚଳର ହିତ ପାଇଁ ଆମର ବହୁମୁଖୀ ସହଯୋଗକୁ ଅଧିକ ସୁଦୃଢ଼ କରିବାକୁ ଆପଣଙ୍କ ସହ କାର୍ଯ୍ୟ କରିବାକୁ ଆଶା ରଖୁଛି ।”

SR



(Release ID: 2057737) Visitor Counter : 18