କୋଇଲା ମନ୍ତ୍ରଣାଳୟ
azadi ka amrit mahotsav g20-india-2023

କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ସମାପ୍ତିର ବିଭିନ୍ନ ପର୍ଯ୍ୟାୟରେ ଥିବା ୭୧ କ୍ୟାପଟିଭ୍ / ବାଣିଜ୍ୟିକ ଖଣିର ସ୍ଥିତି ସମୀକ୍ଷା କରାଯାଇଛି

Posted On: 12 SEP 2024 11:00AM by PIB Bhubaneshwar

କୋଇଲା ମନ୍ତ୍ରଣାଳୟ ଗତ କାଲି ଆୟୋଜିତ ଏକ ବୈଠକରେ ବିଭିନ୍ନ ପର୍ଯ୍ୟାୟରେ ନିଲାମ କରାଯାଇଥିବା ଏବଂ ପ୍ରକ୍ରିୟା ସମାପ୍ତିର ବିଭିନ୍ନ ସ୍ଥିତି ଉପରେ ସମୀକ୍ଷା କରାଯାଇଛି ଏହି ବୈଠକରେ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ନାମାଙ୍କିତ ପ୍ରାଧିକରଣ ଶ୍ରୀମତୀ ରୂପିନ୍ଦର ବ୍ରାର ଅଧ୍ୟକ୍ଷତା କରିଥିଲେ ଏହି ବିସ୍ତୃତ ସମୀକ୍ଷାରେ ଘରୋଇ କୋଇଲା ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଆଲୋକିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ପରିଚାଳନାର ଅଗ୍ରୀମ ପର୍ଯ୍ୟାୟ କୋଇଲା ବ୍ଲକଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅତିରିକ୍ତ ସଚିବ ଆବଣ୍ଟନଗ୍ରାହୀମାନଙ୍କୁ ଉତ୍ସାହିତ କରିଥିଲେ

ଏହି ୭୧ଟି କୋଇଲା ବ୍ଲକ ନିୟାମକ ସ୍ୱୀକୃତି ପାଇବାର ବିଭିନ୍ନ ପର୍ଯ୍ୟାୟରେ ରହିଛି ଏହି ବ୍ଲକଗୁଡିକ ୯ଟି ରାଜ୍ୟରେ ବଣ୍ଟନ କରାଯାଇଛି: ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ

ଏହି ରଣନୀତିକ ସମୀକ୍ଷା ବୈଠକରେ ଭାରତର ବୃଦ୍ଧି ପାଉଥିବା ଶକ୍ତି ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋଇଲା ବ୍ଲକ କାର୍ଯ୍ୟକ୍ଷମ ଦିଗରେ ଆସୁଥିବା ସମସ୍ୟା ଦୂର କରିବାରେ ମନ୍ତ୍ରଣାଳୟର ସକ୍ରିୟ ଆଭିମୂଖ୍ୟକୁ ଗୁରୁତ୍ୱ ଦିଆଯାଇଛି ଏହି ଖଣିଗୁଡିକ ଉପରେ ଧ୍ୟାନ ଦେଇ ସରକାର ଘରୋଇ ସମ୍ବଳର ସର୍ବାଧିକ ଉପଯୋଗ ଏବଂ କୋଇଲା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି

କୋଇଲା ମନ୍ତ୍ରଣାଳୟ ଘରୋଇ କୋଇଲା ଉତ୍ପାଦନ ବୃଦ୍ଧି ମାଧ୍ୟମରେ ଭାରତର ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିବା ସହ ଦେଶର ଦୀର୍ଘକାଳୀନ ଆର୍ôଥକ ବିକାଶ ପଥକୁ ଅଧିକ ପ୍ରଶସ୍ତ କରିବା ପାଇଁ ପ୍ରତିବଦ୍ଧ

 

 

SR



(Release ID: 2054355) Visitor Counter : 23