ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁରୁଷ ସଟପୁଟରେ ବ୍ରୋଞ୍ଜ ପଦକ ବିଜୟୀ କ୍ରୀଡ଼ାବିତ ହୋକାଟୋ ହୋତୋଝେ ସେମାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 07 SEP 2024 9:04AM by PIB Bhubaneswar

 

ଚଳିତ ପ୍ୟାରିସ ପାରା ଅଲିମ୍ପିକ୍ସର ପୁରୁଷ ସଟପୁଟ ଏଫ୫୭ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବାରୁ କ୍ରୀଡ଼ାବିତ ହୋକାଟୋ ହୋତୋଝେ ସେମାଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ପୁରୁଷ ସଟପୁଟ୍ ଏଫ୫୭ରେ ହୋକାଟୋ ହୋତୋଝେ ସେମା ଘରକୁ ବ୍ରୋଞ୍ଜ ପଦକ ଆଣିଥିବାରୁ ଆମ ଦେଶ ପାଇଁ ଗର୍ବର ସମୟ!ତାଙ୍କର ଦୃଢ଼ମନସ୍କତା ଅନନ୍ୟ । ତାଙ୍କୁ ଅଭିନନ୍ଦନ । ଭବିଷ୍ୟତର ସଫଳତା ପାଇଁ ଶୁଭେଚ୍ଛା ।

#Cheer4Bharat”

SR


(ରିଲିଜ ଆଡି: 2052861) ପରିଦର୍ଶକ କାଉଣ୍ଟର : 85