ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ଗୋହ ଚୁକ୍ ତୁଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭେଟ

Posted On: 05 SEP 2024 3:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ଗୋହ ଚୁକ୍ ତୁଙ୍ଗଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବରିଷ୍ଠ ମନ୍ତ୍ରୀ ଗୋହ ହିଁ ସିଙ୍ଗାପୁରରେ ‘ଇଣ୍ଡିଆ ଫିଭର’ ଆରମ୍ଭ କରିଥିଲେ ଏବଂ ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ଦୁଇ ଦେଶର ସମ୍ପର୍କକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଥିଲେ । ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସେ ହିଁ ମୂଳଦୁଆ ପକାଇଥିଲେ । ତାଙ୍କର ପ୍ରଧାନମନ୍ତ୍ରୀତ୍ୱ କାଳରେ ଏବଂ ପରବର୍ତ୍ତୀ ସମୟରେ ଭାରତକୁ ସେ ଦେଇଥିବା ସମର୍ଥନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ବର୍ତ୍ତମାନ ସମୟରେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଇଥିବା ସୁସମ୍ପର୍କ ପ୍ରସଙ୍ଗରେ ଉଭୟ ନେତା ଭାବ ବିନିମୟ କରିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ସ୍ତରକୁ ନେବାକୁ ଆଲୋଚନା କରିଥିଲେ ।

SR



(Release ID: 2052413) Visitor Counter : 11