ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରୁନେଇଠାରେ ଭାରତୀୟ ହାଇକମିସନର ନୂତନ ଚାନ୍ସେରୀ ପରିସରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 SEP 2024 5:56PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରୁନେଇଠାରେ ଭାରତୀୟ ହାଇକମିସନର ନୂତନ ଚାନ୍ସେରୀ ପରିସରକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ଦୀପ ପ୍ରଜ୍ୱଳନ କରିବା ସହ ଫଳକ ଉନ୍ମୋଚନ କରିଥିଲେ।

ଉଦଘାଟନ ଉତ୍ସବରେ ଉପସ୍ଥିତ ଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ସେମାନଙ୍କ ଅବଦାନକୁ ସେ ପ୍ରଶଂସା କରିଥିଲେ । ବ୍ରୁନେଇରେ ପହଞ୍ଚିଥିବା ଭାରତୀୟଙ୍କ ପ୍ରଥମ ଯାତ୍ରା ୧୯୨୦ ଦଶକରେ ତୈଳ ଆବିଷ୍କାର ସହିତ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବ୍ରୁନେଇରେ ପ୍ରାୟ ୧୪,୦୦୦ ଭାରତୀୟ ରହୁଛନ୍ତି। ବ୍ରୁନେଇର ସ୍ୱାସ୍ଥ୍ୟ ସେବା ଏବଂ ଶିକ୍ଷା କ୍ଷେତ୍ରର ଅଭିବୃଦ୍ଧି ଏବଂ ବିକାଶରେ ଭାରତୀୟ ଡାକ୍ତର ଓ ଶିକ୍ଷକଙ୍କ ଅବଦାନକୁ ସମସ୍ତେ ସ୍ୱୀକାର କରିଛନ୍ତି ।

ପାରମ୍ପରିକ ରୂପରେଖ ଏବଂ ବୃକ୍ଷରୋପଣ ସହ ଚାନ୍ସରି କମ୍ପ୍ଲେକ୍ସ ଭାରତୀୟତାର ଗଭୀର ଭାବନାକୁ ପ୍ରତିଫଳିତ କରିଥାଏ । ସୁନ୍ଦର ଏବଂ ସ୍ଥାୟୀ କୋଟା ପଥରର ବ୍ୟବହାର ଏହାର ସୌନ୍ଦର୍ଯ୍ୟପୂର୍ଣ୍ଣ ଆକର୍ଷଣକୁ ଆହୁରି ବଢ଼ାଇବା ସହ ପାରମ୍ପରିକ ଏବଂ ସମସାମୟିକ ଉପାଦାନଗୁଡ଼ିକୁ ସୁନ୍ଦର ଭାବରେ ମିଶ୍ରଣ କରିଥାଏ । ଏହି ଡିଜାଇନ୍ କେବଳ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୂଚୀତ କରେ ନାହିଁ ବରଂ ଏକ ଶାନ୍ତ ତଥା ଆକର୍ଷଣୀୟ ବାତାବରଣ ମଧ୍ୟ ସୃଷ୍ଟି କରେ ।

 

BS


(ରିଲିଜ ଆଡି: 2051530) ପରିଦର୍ଶକ କାଉଣ୍ଟର : 123