ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବ୍ରୁନେଇଠାରେ ଭାରତୀୟ ହାଇକମିସନର ନୂତନ ଚାନ୍ସେରୀ ପରିସରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
03 SEP 2024 5:56PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରୁନେଇଠାରେ ଭାରତୀୟ ହାଇକମିସନର ନୂତନ ଚାନ୍ସେରୀ ପରିସରକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ଦୀପ ପ୍ରଜ୍ୱଳନ କରିବା ସହ ଫଳକ ଉନ୍ମୋଚନ କରିଥିଲେ।
ଉଦଘାଟନ ଉତ୍ସବରେ ଉପସ୍ଥିତ ଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ସେମାନଙ୍କ ଅବଦାନକୁ ସେ ପ୍ରଶଂସା କରିଥିଲେ । ବ୍ରୁନେଇରେ ପହଞ୍ଚିଥିବା ଭାରତୀୟଙ୍କ ପ୍ରଥମ ଯାତ୍ରା ୧୯୨୦ ଦଶକରେ ତୈଳ ଆବିଷ୍କାର ସହିତ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବ୍ରୁନେଇରେ ପ୍ରାୟ ୧୪,୦୦୦ ଭାରତୀୟ ରହୁଛନ୍ତି। ବ୍ରୁନେଇର ସ୍ୱାସ୍ଥ୍ୟ ସେବା ଏବଂ ଶିକ୍ଷା କ୍ଷେତ୍ରର ଅଭିବୃଦ୍ଧି ଏବଂ ବିକାଶରେ ଭାରତୀୟ ଡାକ୍ତର ଓ ଶିକ୍ଷକଙ୍କ ଅବଦାନକୁ ସମସ୍ତେ ସ୍ୱୀକାର କରିଛନ୍ତି ।
ପାରମ୍ପରିକ ରୂପରେଖ ଏବଂ ବୃକ୍ଷରୋପଣ ସହ ଚାନ୍ସରି କମ୍ପ୍ଲେକ୍ସ ଭାରତୀୟତାର ଗଭୀର ଭାବନାକୁ ପ୍ରତିଫଳିତ କରିଥାଏ । ସୁନ୍ଦର ଏବଂ ସ୍ଥାୟୀ କୋଟା ପଥରର ବ୍ୟବହାର ଏହାର ସୌନ୍ଦର୍ଯ୍ୟପୂର୍ଣ୍ଣ ଆକର୍ଷଣକୁ ଆହୁରି ବଢ଼ାଇବା ସହ ପାରମ୍ପରିକ ଏବଂ ସମସାମୟିକ ଉପାଦାନଗୁଡ଼ିକୁ ସୁନ୍ଦର ଭାବରେ ମିଶ୍ରଣ କରିଥାଏ । ଏହି ଡିଜାଇନ୍ କେବଳ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୂଚୀତ କରେ ନାହିଁ ବରଂ ଏକ ଶାନ୍ତ ତଥା ଆକର୍ଷଣୀୟ ବାତାବରଣ ମଧ୍ୟ ସୃଷ୍ଟି କରେ ।
BS
(Release ID: 2051530)
Visitor Counter : 94
Read this release in:
Telugu
,
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Kannada
,
Malayalam