ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅଗଷ୍ଟ ୩୧ରେ ଜିଲ୍ଲା ବିଚାରବିଭାଗୀୟ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 30 AUG 2024 2:56PM by PIB Bhubaneshwar

ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ୩୧ ଅଗଷ୍ଟ ୨୦୨୪ ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜିଲ୍ଲା ବିଚାରବିଭାଗୀୟ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତର ସୁପ୍ରିମକୋର୍ଟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଷ୍ଟାମ୍ପ ଓ ସ୍ମରଣିକା ମୁଦ୍ରା ଉନ୍ମୋଚନ କରିବେ ।

ସୁପ୍ରିମ କୋର୍ଟ ଦ୍ୱାରା ଆୟୋଜନ କରାଯାଉଥିବା ଏହି ଦୁଇ ଦିନିଆ ସମ୍ମିଳନୀରେ ୫ଟି ଅଧିବେଶନ ରହିବ । ଏଥିରେ ଜିଲ୍ଲା ବିଚାରବିଭାଗ କ୍ଷେତ୍ରରେ ଆନୁଷଙ୍ଗିକ ଆବଶ୍ୟକତା, ମାନବ ସମ୍ବଳ, ସାମଗ୍ରିକ କୋର୍ଟରୁମ୍‌, ବିଚାରବିଭାଗୀୟ ନିରାପତ୍ତା,ମାମଲା ପରିଚାଳନା, ବିଚାରବିଭାଗୀୟ ପ୍ରଶିକ୍ଷଣ ଆଦି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରାଯିବ ।

ଉଦଘାଟନୀ କାର୍ଯ୍ୟକ୍ରମରେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି, ଅନ୍ୟାନ୍ୟ ବିଚାରପତି ଗଣ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟର ରାଷ୍ଟ୍ର (ସ୍ୱାଧୀନ) ମନ୍ତ୍ରୀ, ସୁପ୍ରିମ କୋର୍ଟ ବାର୍ ଆସୋସିଏସନର ସଭାପତି, ବାର୍ କାଉନସିଲର ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେବେ ।

SR

  


(रिलीज़ आईडी: 2050148) आगंतुक पटल : 94
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Hindi_MP , Manipuri , Bengali , Bengali-TR , Punjabi , Gujarati , Tamil , Telugu , Kannada , Malayalam