ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଲେନିଅମର ସିଇଓ ଶ୍ରୀ ଗାୱେଲ ଲୋପିନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 22 AUG 2024 9:22PM by PIB Bhubaneshwar

ପୁନେରେ ପ୍ରତିଷ୍ଠିତ ପୋଲାଣ୍ଡର ଆଇଟି କମ୍ପାନି ବିଲେନିଅମ ପ୍ରାଇଭେଟ ଲିମିଟେଡର ସିଇଓ ଶ୍ରୀ ଗାୱେଲ ଲୋପିନସ୍କିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି ।

ସାକ୍ଷାତକାର ସମୟରେ ‘ମେକ୍ ଇନ ଇଣ୍ଡିଆ’ ଓ ନିବେଶ ଅନୁକୂଳ ନୀତି ଯୋଗୁ ଭାରତରେ କିପରି ଅଭିବୃଦ୍ଧି ହେଉଛି ତାହା କହିଥିଲେ । ନୂତନ ଏବଂ ଅଭ୍ୟୁତ୍ଥିତ ଟେକ୍ନୋଲୋଜି ଏଆଇ, ସାଇବର ସିକ୍ୟୁରିଟି ଏବଂ ଡିଜିଟାଲ ଇକୋନୋମୀ କ୍ଷେତ୍ରରେ ଭାରତ ଓ ପୋଲାଣ୍ଡ ମଧ୍ୟରେ ବ୍ୟାବସାୟିକ ସହଯୋଗ ପାଇଁ ସୁବିଧା ଥିବାରୁ କଣ ସମ୍ପ୍ରସାରଣ ହୋଇପାରିବ ସେ ନେଇ ସେ ଆଲୋଚନା କରିଥିଲେ ।

ଭାରତରେ ଇଜ ଅଫ ଡୁଇଙ୍ଗ ବିଜିନେସ ଏବଂ ନିବେଶ ବନ୍ଧୁତ୍ୱ ପରିବେଶ ପାଇଁ ଶ୍ରୀ ଲୋପିନସ୍କିଙ୍କୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

SR



(Release ID: 2047923) Visitor Counter : 9