ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହାତୀମାନେ ଆମ ସଂସ୍କୃତି ଓ ଇତିହାସ ସହ ଜଡ଼ିତ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 AUG 2024 9:30AM by PIB Bhubaneswar

ବିଭିନ୍ନ ସମ୍ପ୍ରଦାୟରେ ହାତୀମାନଙ୍କ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ବିଶ୍ୱ ହସ୍ତୀ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ହାତୀମାନେ ଚଳପ୍ରଚଳ କରିବା ପାଇଁ ଏକ ଅନୁକୂଳ ଆବାସସ୍ଥଳୀ ଯୋଗାଇ ଦେବା ଦିଗରେ ଯଥାସମ୍ଭବ ପ୍ରଚେଷ୍ଟା ପାଇଁ ପ୍ରତିବଦ୍ଧତାକୁ ଶ୍ରୀ ମୋଦୀ ପୁଣି ଦୋହରାଇଛନ୍ତି

ଆମ ସଂସ୍କୃତି ଇତିହାସରେ ହାତୀମାନେ କେତେ ମୂଲ୍ୟବାନ ଏବଂ ସେମାନଙ୍କର ଗୁରୁତ୍ୱ କେତେ ତାହା ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ବିଗତ ବର୍ଷ ମାନଙ୍କରେ ହାତୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

ହାତୀମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ସମ୍ପ୍ରଦାୟରେ କରାଯାଉଥିବା ପ୍ରଚେଷ୍ଟାକୁ ପ୍ରଶଂସା କରିବା ପାଇଁ ବିଶ୍ୱ ହସ୍ତୀ ଦିବସ ଏକ ଅବସର ଏଥିସହ ହାତମାନେ ଯେପରି ସୁରୁଖୁରୁରେ ଚଳପ୍ରଚଳ କରିପାରିବେ ସେଥିପାଇଁ ଏକ ଅନୁକୂଳ ଆବାସ ବାତାବରଣ ସୃଷ୍ଟି କରିବା ଦିଗରେ ଆମେ ପୁଣି ଆମ ପ୍ରତିବଦ୍ଧତାକୁ ଦୋହରାଉଛୁ ଆମ ଭାରତରେ ମଧ୍ୟ ହାତୀ ଆମ ସଂସ୍କୃତି ଇତିହାସ ସହ ଜଡ଼ିତ ଏବଂ ଏହା ମଧ୍ୟ ଖୁସିର ବିଷୟ ଯେ ବିଗତ କେଇ ବର୍ଷ ମାନଙ୍କରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି

SR


(ରିଲିଜ ଆଡି: 2044453) ପରିଦର୍ଶକ କାଉଣ୍ଟର : 74