ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ୟାରିସ୍ ଅଲମ୍ପିକରେ ରୌପ୍ୟ ପଦକ ଜିତିଥିବାରୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 09 AUG 2024 8:14AM by PIB Bhubaneshwar

ଫ୍ରାନ୍ସର ପ୍ୟାରିସ୍‌ରେ ଚାଲିଥିବା ଅଲମ୍ପିକ୍ସରେ ଜାଭେଲିନ୍ ଥ୍ରୋ’ରେ ରୌପ୍ୟ ପଦକ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀରଜ ଚୋପ୍ରାଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ମୋଦୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ନୀରଜ ଭବିଷ୍ୟତର ଅଗଣିତ ଖେଳାଳୀମାନଙ୍କୁ ସେମାନଙ୍କର ସ୍ୱପ୍ନ ସାକାର କରିବା ଏବଂ ଭାରତକୁ ଗର୍ବିତ କରିବା ପାଇଁ ଉତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ;

“ନୀରଜ ଚୋପ୍ରା ଜଣେ ଉତ୍କୃଷ୍ଟ ବ୍ୟକ୍ତିତ୍ୱ । ବାରମ୍ବାର ସେ ନିଜର ପ୍ରତିଭା ଦେଖାଇଛନ୍ତି । ଭାରତ ଆନନ୍ଦିତ ଯେ ସେ ଆଉ ଏକ ଅଲମ୍ପିକ ସଫଳତା ସହ ଫେରିଛନ୍ତି । ରୌପ୍ୟ ପଦକ ଜିତିବା ପାଇଁ ତାଙ୍କୁ ଅଭିନନ୍ଦନ । ସେ ଭବିଷ୍ୟତରେ ଅଗଣିତ ଖେଳାଳୀମାନଙ୍କୁ ସେମାନଙ୍କର ସ୍ୱପ୍ନ ପୂରଣ କରିବା ଏବଂ ଭାରତକୁ ଗର୍ବିତ କରିବା ପାଇଁ ଉତ୍ସାହିତ କରିବେ ।”

 

SR      



(Release ID: 2043613) Visitor Counter : 7