ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭିନେଶ, ଆପଣ ଚାମ୍ପିୟନଙ୍କ ମଧ୍ୟରେ ଚାମ୍ପିୟନ: ପ୍ରଧାନମନ୍ତ୍ରୀ
ଆଜିର ଘଟଣା ଦୁଃଖଦାୟକ; ମୋ ମନରେ ଥିବା ନିରାଶାକୁ ବ୍ୟକ୍ତ କରିବା ଲାଗି ଭାଷା ପାଉ ନାହିଁ : ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
07 AUG 2024 1:16PM by PIB Bhubaneshwar
ପ୍ୟାରିସ୍ ଅଲିମ୍ପିକ୍ସର ଅନ୍ତିମ ମୁକାବିଲା ପୂର୍ବରୁ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଏକ୍ସ ପୋଷ୍ଟରେ ଏହା କହିଛନ୍ତି;
"ଭିନେଶ, ଆପଣ ଚାମ୍ପିୟନମାନଙ୍କ ମଧ୍ୟରେ ଚାମ୍ପିୟନ! ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆପଣ ଭାରତର ଗର୍ବ ଓ ପ୍ରେରଣା।
ଆଜିର ଘଟଣା ଦୁଃଖଦାୟକ; ମୋ ମନରେ ଥିବା ନିରାଶାକୁ ବ୍ୟକ୍ତ କରିବା ଲାଗି ଭାଷା ପାଉ ନାହିଁ । ଏହା ସହିତ, ମୁଁ ଜାଣେ ଯେ ଆପଣ ଧୈର୍ଯ୍ୟର ପ୍ରତୀକ ଅଟନ୍ତି । ଆହ୍ବାନକୁ ସାମ୍ନା କରିବା ସବୁବେଳେ ଆପଣଙ୍କ ସ୍ୱଭାବ ରହିଆସିଛି ।
ଅଧିକ ଦୃଢ଼ ହୋଇ ଆପଣ ଠିଆ ହେବେ ! ଆମେ ସମସ୍ତେ ଆପଣଙ୍କୁ ସମର୍ଥନ କରୁଛୁ ।
********
P.S/Swadhin/PIB Bhubaneswar
(ରିଲିଜ ଆଡି: 2042687)
ପରିଦର୍ଶକ କାଉଣ୍ଟର : 84
ଏହି ରିଲିଜ ପଢନ୍ତୁ :
Punjabi
,
English
,
Urdu
,
हिन्दी
,
Hindi_MP
,
Marathi
,
Manipuri
,
Bengali
,
Assamese
,
Gujarati
,
Tamil
,
Telugu
,
Kannada
,
Malayalam