ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭିନେଶ, ଆପଣ ଚାମ୍ପିୟନଙ୍କ ମଧ୍ୟରେ ଚାମ୍ପିୟନ: ପ୍ରଧାନମନ୍ତ୍ରୀ


ଆଜିର ଘଟଣା ଦୁଃଖଦାୟକ; ମୋ ମନରେ ଥିବା ନିରାଶାକୁ ବ୍ୟକ୍ତ କରିବା ଲାଗି ଭାଷା ପାଉ ନାହିଁ : ପ୍ରଧାନମନ୍ତ୍ରୀ

Posted On: 07 AUG 2024 1:16PM by PIB Bhubaneshwar

ପ୍ୟାରିସ୍ ଅଲିମ୍ପିକ୍ସର ଅନ୍ତିମ ମୁକାବିଲା ପୂର୍ବରୁ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଏକ୍ସ ପୋଷ୍ଟରେ ଏହା କହିଛନ୍ତି;

"ଭିନେଶ, ଆପଣ ଚାମ୍ପିୟନମାନଙ୍କ ମଧ୍ୟରେ ଚାମ୍ପିୟନ! ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆପଣ ଭାରତର ଗର୍ବ ଓ ପ୍ରେରଣା।

ଆଜିର ଘଟଣା ଦୁଃଖଦାୟକ; ମୋ ମନରେ ଥିବା ନିରାଶାକୁ ବ୍ୟକ୍ତ କରିବା ଲାଗି ଭାଷା ପାଉ ନାହିଁ । ଏହା ସହିତ, ମୁଁ ଜାଣେ ଯେ ଆପଣ ଧୈର୍ଯ୍ୟର ପ୍ରତୀକ ଅଟନ୍ତି । ଆହ୍ବାନକୁ ସାମ୍ନା କରିବା ସବୁବେଳେ ଆପଣଙ୍କ ସ୍ୱଭାବ ରହିଆସିଛି ।

ଅଧିକ ଦୃଢ଼ ହୋଇ ଆପଣ ଠିଆ ହେବେ ! ଆମେ ସମସ୍ତେ ଆପଣଙ୍କୁ ସମର୍ଥନ କରୁଛୁ ।

********

P.S/Swadhin/PIB Bhubaneswar



(Release ID: 2042687) Visitor Counter : 23