ପ୍ରତିରକ୍ଷା ମନ୍ତ୍ରଣାଳୟ

ୱାୟନାଡରେ ଭାରତୀୟ ବାୟୁସେନା ଦ୍ୱାରା ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି

Posted On: 01 AUG 2024 10:31AM by PIB Bhubaneshwar

 

ନିକଟରେ କେରଳର ୱାୟନାଡ ଠାରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା (ଆଇଏଏଫ) ପ୍ରଥମ ସହାୟକ ଭାବରେ ଏନଡିଆରଏଫ ଏବଂ ରାଜ୍ୟ ପ୍ରଶାସନ ଭଳି ଅନ୍ୟାନ୍ୟ ଏଜେନ୍ସି ସହ ସମନ୍ୱୟ ରକ୍ଷା କରି ଜୁଲାଇ ୨୪ ସକାଳୁ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଆରମ୍ଭ କରିଥିଲା ।

ବାୟୁସେନାର ପରିବହନ ବିମାନଗୁଡିକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଯୋଗାଣ ଏବଂ ସ୍ଥାନାନ୍ତର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଉଦ୍ଧାର କାର୍ଯ୍ୟ ପାଇଁ ସି -୧୭ ପକ୍ଷରୁ ୫୩ ମେଟ୍ରିକ୍ ଟନ୍ ଅତ୍ୟାବଶ୍ୟକ ସାମଗ୍ରୀ , ଯଥା ବେଲି ବ୍ରିଜ୍‌, ଡଗ୍ ସ୍କ୍ୱାଡ୍‌, ଚିକିତ୍ସା ସହାୟତା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଉପକରଣ ନେବାଆଣିବା କରାଯାଇଛି । ଏହାବ୍ୟତୀତ ରିଲିଫ୍ ସାମଗ୍ରୀ ଓ କର୍ମଚାରୀଙ୍କୁ ନେବାଆଣିବା ପାଇଁ ଏଏନ୍ - ୩୨ ଓ ସି - ୧୩୦ ବ୍ୟବହାର କରାଯାଉଛି । ମିଳିତ ଭାବେ , ବାୟୁସେନାର ଏହି ବିମାନଗୁଡ଼ିକ ଉଦ୍ଧାରକାରୀ ଦଳ ଏବଂ ବିସ୍ଥାପିତ ବାସିନ୍ଦାଙ୍କୁ ମିଶାଇ ୨୦୦ରୁ ଅଧିକ ଲୋକଙ୍କୁ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର କରିବାରେ ସହାୟକ ହୋଇଛି । ଆହ୍ୱାନପୂର୍ଣ୍ଣ ପାଣିପାଗ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ , ବାୟୁସେନା ଏଚ୍‌ଏଡିଆର ଅପରେସନ କରିବା ପାଇଁ ଉପଯୁକ୍ତ ସମୟ ଖୋଜୁଛି ।

ଏହି ପ୍ରୟାସରେ ଭାରତୀୟ ବାୟୁସେନା ଏକ ବିବିଧ ଫ୍ଲିଟ୍ ହେଲିକପ୍ଟର ମୁତୟନ କରିଛି । ଏମଆଇ-୧୭ ଏବଂ ଧ୍ରୁବ ଆଡଭାନ୍ସ ଲାଇଟ୍ ହେଲିକପ୍ଟର (ଏଏଲଏଚ୍‌)କୁ ଏଚ୍‌ଏଡିଆର ଅପରେସନ ପାଇଁ ସାମିଲ କରାଯାଇଛି । ବ୍ୟାପକ ଖରାପ ପାଗ ସତ୍ତ୍ୱେ ବାୟୁସେନାର ବିମାନଗୁଡ଼ିକ ଫସି ରହିଥିବା ଲୋକଙ୍କୁ ନିକଟସ୍ଥ ଚିକିତ୍ସା କେନ୍ଦ୍ର ଏବଂ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରି ଚାଲିଛନ୍ତି ଏବଂ ଜୁଲାଇ ୩୧ ତାରିଖ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜାରି ରଖିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହି ହେଲିକପ୍ଟର ପ୍ରଭାବିତ ଅଞ୍ଚଳରୁ ବହୁ ସଂଖ୍ୟକ ଲୋକଙ୍କୁ ଏୟାରଲିଫ୍ଟ କରି ସେମାନଙ୍କ ସୁରକ୍ଷିତ ଓ ତୁରନ୍ତ ପରିବହନ ସୁନିଶ୍ଚିତ କରିଛି ।

କେରଳର ବିପର୍ଯ୍ୟୟ ବିପନ୍ନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ବାୟୁସେନା ପ୍ରତିଶ୍ରୁତିବଦ୍ଧ ।

 

***

SSP/Swadhin/PIB Bhubaneswar

 



(Release ID: 2040338) Visitor Counter : 46