ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୁଲାଇ ୩୦ରେ ସିଆଇଆଇର ବଜେଟ୍ ପରବର୍ତ୍ତୀ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Posted On: 29 JUL 2024 12:08PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୦ ଜୁଲାଇ ୨୦୨୪ ଦିନ ମଧ୍ୟାହ୍ନ ୧୨ ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ‘ବିକଶିତ ଭାରତ ଦିଗରେ ଯାତ୍ରା : ୨୦୨୪-୨୫ କେନ୍ଦ୍ର ବଜେଟ୍ ପରବର୍ତ୍ତୀ ସମ୍ମିଳନୀ’ ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କରିବେ ।

ଏହି ସମ୍ମିଳନୀ ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ଦ୍ୱାରା ଆୟୋଜିତ ହେଉଛି । ଏହା ଜରିଆରେ ବିକାଶ ପାଇଁ ସରକାରଙ୍କ ବୃହତ୍ ଦୃଷ୍ଟିକୋଣ ଏବଂ ଅଭିବୃଦ୍ଧି ତଥା ଶିଳ୍ପର ଭୂମିକା ନିମନ୍ତେ ରୂପରେଖ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଶିଳ୍ପ, ସରକାରୀ, କୂଟନୈତିକ ସମ୍ପ୍ରଦାୟ ଓ ଥିଙ୍କ ଟ୍ୟାଙ୍କର ୧୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଏହି ସମ୍ମିଳନୀରେ ବ୍ୟକ୍ତିଗତ ଭାବରେ ଯୋଗଦେବେ ଏବଂ ଦେଶ ଓ ବିଦେଶର ବିଭିନ୍ନ ସିଆଇଆଇ କେନ୍ଦ୍ରରୁ ମଧ୍ୟ ବହୁ ପ୍ରତିନିଧି ଜଡିତ ହେବେ ।

 

SR      



(Release ID: 2038419) Visitor Counter : 49