ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲୋକମାନ୍ୟ ତିଲକଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 23 JUL 2024 9:57AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକମାନ୍ୟ ତିଲକଙ୍କୁ ତାଙ୍କର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ଗତ ବର୍ଷ ପୁନେରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ତାଙ୍କର ଅଭିଭାଷଣ ଶେୟାର କରିଛନ୍ତି, ଯେଉଁଠାରେ ତାଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଗ୍ରହଣ କରିବାର ଗୌରବ ପ୍ରାପ୍ତ ହୋଇଥିଲା ।

ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଜୟନ୍ତୀ ଅବସରରେ ଲୋକମାନ୍ୟ ତିଲକଙ୍କୁ ଶ୍ରଦ୍ଧାଞ୍ଜଳି । ଭାରତର ସ୍ୱାଧିନତା ସଂଗ୍ରାମରେ ଜଣେ ମହାନ ନେତୃତ୍ୱ ଭାବେ ତାଙ୍କୁ ସର୍ବଦା ଅବିସ୍ମରଣୀୟ ରଖାଯିବ । ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି, ଯିଏ ଜାତୀୟତା ଭାବନାକୁ ପ୍ରଜ୍ୱଳିତ ରଖିବା ପାଇଁ ନିରନ୍ତର କାର୍ଯ୍ୟ କରିବା ସହ ଶିକ୍ଷା ଓ ସେବା ଉପରେ ଗୁରୁ୍‌ତ୍ୱ ଦେଇଥିଲେ । ଗତ ବର୍ଷ ପୁନେରେ ଆୟୋଜିତ କାର୍ଯ୍ୟକ୍ରମରେ ମୋର ଅଭିଭାଷଣ ଶେୟାର କରୁଛି, ଯେଉଁଥିରେ ମୋତେ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଗ୍ରହଣ କରିବାର ଗୌରବ ପ୍ରାପ୍ତ ହୋଇଥିଲା ।”

 

SR    



(Release ID: 2035682) Visitor Counter : 4